Saturday, April 4, 2026
29 C
Odisha

    ଗ୍ରୁପ୍‌ରୁ ଋଣ ନେଇ ଦେଉନଥିଲେ। ମାଗିବାରୁ ମହିଳାଙ୍କୁ ଆକ୍ରମଣ ହୋଇଛି

    ଆଗକୁ ପଢନ୍ତୁ

    ଗ୍ରୁପ୍‌ରୁ ଋଣ ନେଇ ଦେଉନଥିଲେ। ମାଗିବାରୁ ମହିଳାଙ୍କୁ ଆକ୍ରମଣ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ସଦର ମହକୁମାରେ ଘଟିଛି। ପନିକି ଚୋଟରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

    ଶ୍ରୀକୋଣା ପଞ୍ଚାୟତର ପଟାପୋଲୋ ଗାଁର SKS ଭାରତ ଫାଇନାନ୍ସ ଗ୍ରୁପ୍‌ରୁ ରେଖା ରାଣୀ ବେରା ଓ ତାଙ୍କ ସ୍ଵାମୀ ତପୁ ବେରା ୧.୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ହେଲେ ଗତ କିଛି ମାସ ହେଲା ମାସକୁ ମାସ ଋଣ ବାବଦ କିସ୍ତି ଟଙ୍କା ଜମା କରୁନଥିଲେ। ଗତ ୯ଟି କିସ୍ତିର ଟଙ୍କା ଜମା କରିନଥିଲେ ଓ ଗ୍ରୁପର ସଦସ୍ୟାମାନଙ୍କ ସହ କୌଣସି ଯୋଗାଯୋଗ କରୁନଥିଲେ। ଏପରିକି ସେମାନେ ଗାଁ ଛାଡ଼ି ପଳାଇ ଯାଇଥିଲେ। ଋଣ ଟଙ୍କା ପାଉନଥିବାରୁ ରେଖା ରାଣୀ ବେରା ଓ ତାଙ୍କ ସ୍ଵାମୀ ତପୁ ବେରାଙ୍କୁ ଗ୍ରୁପ୍‌ ସଦସ୍ୟମାନେ ଖୋଜୁଥିଲେ। ହେଲେ ସେମାନଙ୍କ ଧରାଛୁଆଁ ଦେଉନଥିଲେ। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ବାଲେଶ୍ଵର ଟାଉନ୍‌ ଅଜୀମାବାଦ ସ୍ଥିତ ନିଜ ମାଉସୀ ଘରେ ଥିଲେ। ଗ୍ରୁପ୍‌ର ସଦସ୍ୟା ରୁବୀ ବିବିଙ୍କ ସମେତ ଅନ୍ୟମାନେ ଆଜି ଆଜିମାବାଦରେ ପହଞ୍ଚି ଟଙ୍କା ମାଗିଥିଲେ। ଟଙ୍କା ଫେରାଇବା ବଦଳରେ ତପୁ ବେରା ପନିକିରେ ଆକ୍ରମଣ କରିଥିଲେ। ଯାହା ଫଳରେ ରୁବୀ ବିବି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ