Monday, October 19, 2026
21.9 C
Odisha

    ଗ୍ରୋସରୀ ସାମଗ୍ରୀ ଟ୍ରକ୍‌ରୁ ୭୦୨ କିଲୋ ଗଞ୍ଜେଇ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଶାରୁ ମହାରାଷ୍ଟ୍ରକୁ ଗ୍ରୋସରୀ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ମହାରାଷ୍ଟ୍ରର ଗୋଣ୍ଡିଆ ଅଞ୍ଚଳରୁ ବିପୁଳ ଗଞ୍ଜେଇ ନାର୍କୋଟିକ୍ସ କ‌େ‌ଣ୍ଟ୍ରାଲ୍ ବ୍ୟୁରୋ(ଏନ୍‌ସିବି) ଧରିଛି। ଗଞ୍ଜେଇ ଚୋରାଚାଲାଣ‌େର ସମ୍ପୃକ୍ତ ଥିବା ଦୁଇ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଏମ୍‌ଡି ପ୍ରକାଶ ଓ ଏନ୍‌.ଏମ୍‌ ପଦ୍ମଲାଲ। ଏନ୍‌ସିବି ସୂଚନା ଅନୁଯାୟୀ, ଦୁଇ ସପ୍ତାହ ତଳେ ମହାରାଷ୍ଟ୍ରରେ ପଞ୍ଜିକୃତ ଏହି ଟ୍ରକ୍‌ ଓଡ଼ିଶା ଆସିଥିଲା। କନ୍ଧମାଳରୁ ଗଞ୍ଜେଇ ସଂଗ୍ରହ କରି ଟ୍ରକ୍‌ର ଗୋପନ ଚାମ୍ବରରେ ଭର୍ତ୍ତି କରାଯାଇଥିଲା। ଅତି ଚତୁରତା ସହ ଟ୍ରକ୍‌ରେ ସର୍ଫ, ଟୁଥ୍‌ପେଷ୍ଟ, କେଶରଙ୍ଗ ସହ ବିଭିନ୍ନ ଗ୍ରୋସରୀ ସାମଗ୍ରୀ ରଖାଯାଇଥିଲା।

    ନାକାବନ୍ଦୀ ସ୍ଥାନରେ ଗ୍ରୋସରୀ ସାମଗ୍ରୀ ବୋଝେଇ ଟ୍ରକ୍‌ କହି ମାଫିଆ ଖସି ପଳାଉଥିଲେ। ଏନ୍‌ସିବି ଉକ୍ତ ଗଞ୍ଜେଇ ବୋଝେଇ ଟ୍ରକ୍‌କୁ ପିଛା କରିଥିଲା। ଗୋଣ୍ଡିଆ ଅଞ୍ଚଳରେ ଟ୍ରକ୍‌କୁ ଅଟକାଇବାରୁ ସେମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ପ୍ରାୟ ୫ କିଲୋମିଟର ଛକାପଞ୍ଝା ପରେ ଟ୍ରକ୍‌କୁ ଏନ୍‌ସିବି ଅଧିକାରୀ ଧରିଥିଲେ। ଟ୍ରକ୍‌କୁ ଯାଞ୍ଚ ପରେ ସିକ୍ରେଟ୍‌ ଚାମ୍ବରରୁ ୧୦୦ ପ୍ୟାକେଟ ଗଞ୍ଜେଇ ବାହାରି ଥିଲା। ଜବତ ୭୦୨ କିଲୋ ଗଞ୍ଜେଇ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ଗିରଫ ଦୁଇଜଣ ନିୟମିତ ଗଞ୍ଜେଇ ଚାଲାଣ କରୁଥିବା ଏନ୍‌ସିବିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

    ଅନୁରୂପ ଭାବେ ଗଞ୍ଜେଇ ଚୋରାଚାଲାଣ ପଛରେ ବଡ଼ ନେଟ୍‌ୱର୍କ କାମ କରୁଛି। ଓଡ଼ିଶାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଚୋରାଚାଲାଣ ଚେର ଲମ୍ବିଛି। ମହାରାଷ୍ଟ୍ରରେ ଗଞ୍ଜେଇ ପହଞ୍ଚିବା ପରେ ନାଗପୁର, ଗୋଣ୍ଡିଆ, ପୁଣେ, ଓ ମୁମ୍ବଇକୁ ଚାଲାଣ ହୋଇଥାନ୍ତା। ଗଞ୍ଜେଇ ଚାଲାଣରେ ମହାରାଷ୍ଟ୍ର ଓ ଓଡ଼ିଶାର ମୋଷ୍ଟୱାଣ୍ଟେଡ୍‌ ନିଶା ମାଫିଆଙ୍କ ସମ୍ପୃକ୍ତି ରହିଛି। ଏହି ନିଶା ସିଣ୍ଡିକେଟ୍ ଖୋଳତାଡ଼ ଲାଗି ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଏନ୍‌ସିବିର ଜଣେ ଅଧିକାରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ