Thursday, September 24, 2026
23.9 C
Odisha

    ପୂର୍ତ୍ତ ବିଭାଗର କଟକଣା : ଖରାରେ ଶ୍ରମିକ ନିୟୋଜନ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହ ସମୟରେ ପୂର୍ବାହ୍ଣରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରମିକଙ୍କ ନିୟୋଜନ ଉପରେ କଟକଣା ରହିଛି। ଚଳିତ ବର୍ଷ ମଧ୍ୟ ଶ୍ରମ ବିଭାଗ ଏବଂ ଏସ୍ଆର୍‌ସି ନିର୍ଦେଶ ଜାରି କରି ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ବାରଣ କରିଛନ୍ତି। ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଖରାରେ କାର୍ଯ୍ୟ ନ କରାଇବାକୁ ନିର୍ଦେଶ ରହିଛି। ଠିକା ସଂସ୍ଥାଗୁଡ଼ିକ ଏ ସମୟରେ କାର୍ଯ୍ୟ ବନ୍ଦ କରିବା ସହ ଶ୍ରମିକଙ୍କ ପାଇଁ ଛାୟାର ବ୍ୟବସ୍ଥା (ରେଷ୍ଟ ସେଡ୍‌) ସହ ପାନୀୟ ଜଳ ଓ ଫାଷ୍ଟ ଏଡ୍‌ ଉପଲବ୍ଧ କରିବାକୁୁ କୁହାଯାଇଛି। କ୍ଷେତ୍ର କର୍ମଚାରୀମାନେ ଏଥିପ୍ରତି ସଜାଗ ରହିବା ସହ କୌଣସି ଅପ୍ରୀତିକାର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    99 %
    1.6kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ