Thursday, July 30, 2026
26.5 C
Odisha

    ନିଖିଲ ହାଡ଼ପା ହତ୍ୟାକାଣ୍ଡ, ଆଉ ୪ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୬ କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ରାୟଗଡା : ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା । ଆଉ ୪ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୬ କୁ ବୃଦ୍ଧି । ଗତ ମେ ୯ତାରିଖରେ ରାୟଗଡା ସହର ଇନ୍ଦିରା କଲୋନୀରେ ଘଟିଥିବା ନିଖିଲ ହାଡ଼ପା ହତ୍ୟାକାଣ୍ଡ ଓ ଫାୟାରିଂ ଘଟଣାରେ ରାୟଗଡା ପୋଲିସକୁ ବଡ଼ ସଫଳତା ମିଳିଛି । ପୂର୍ବରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ, ଏବେ ଆଉ ୪ ଜଣ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଫେରାର ଥିବା ୪ ଜଣ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ କର୍ଣ୍ଣାଟକରୁ ଗିରଫ କରିଛି ରାୟଗଡା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚିଣ୍ଟୁ ଓରଫ ଦେବାଶିଷ ବିଭୋର, ପବନ କାଲ୍ପା ଓ ସାଗର କାଲ୍ପା ।

    ପୋଲିସ ଟିମ୍ ବିଶାଖାପଟ୍ଟଣମରୁ ଗୋଆ ହୋଇ କର୍ଣ୍ଣାଟକର ହୁବଲ୍ଲୀ ପର୍ଯ୍ୟନ୍ତ ପିଛା କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଅନ୍ୟ ଜଣେ ଅଭିଯୁକ୍ତ ଅଜୟ ଦେବରାପଲ୍ଲୀଙ୍କୁ ଆନ୍ଧ୍ର ପ୍ରଦେଶର ପାଲନାଡୁ ଜିଲ୍ଲାରୁ ଗିରଫ କରାଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଫେରାର ଅଭିଯୁକ୍ତ ଦେଶର ବିଭିନ୍ନ ସ୍ଥାନକୁ ପଳାଇ ଯାଇଥିବାରୁ ରାୟଗଡା ପୋଲିସ ପକ୍ଷରୁ ଏକାଧିକ ବିଶେଷ ଟିମ୍ ଗଠନ କରାଯାଇଥିଲା । ଗତ ୯ ତାରିଖ ଦିନ ଇନ୍ଦିରା ନଗର ଠାରେ ନିଖିଲ ହାଡପାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.5 ° C
    26.5 °
    26.5 °
    86 %
    2.5kmh
    95 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ