ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ନିଜ ଚେହେରାକୁ ନେଇ ଅଧିକ ସଚେତନ ରହିଥାନ୍ତି । ବିଶେଷ କରି ଝିଅମାନେ ତାଙ୍କ ସୁନ୍ଦରତା ପ୍ରତି ବେଶୀ ଧ୍ୟାନ ଦେଇଥାନ୍ତି । କମ୍ ସମୟରେ ସୁନ୍ଦର ଦିଶିବାକୁ ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରଥାନ୍ତି । ଏବେ ଅଧିକାଂଶ ଲୋକେ ଟ୍ୟାନ ଭଳି ସମସ୍ୟା ପାଇଁ ଚିନ୍ତାରେ ପଡିଛନ୍ତି । ସେଥିପାଇଁ ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅନେକ ଫେସ୍ ପ୍ୟାକ୍ ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କୁ ଜଣାଇବୁ ଯେ ଆପଣ ଘରୋଇ ଉପଚାରରେ ମଧ୍ୟ ସୁନ୍ଦର ଦିଶିବାକୁ ଲାଗିବେ । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାରଟି କ’ଣ ?
ଏହି ପ୍ରଭାବଶାଳୀ ଘରୋଇ ଉପଚାରଟି ହେଉଛି ମୁଲତାନି ମାଟି । ଯାହା ଆମ ତ୍ୱଚା ପାଇଁ ବହୁତ ଲାଭଦାୟକ । ଯଦି ଆପଣ ମୁହଁରେ ମୁଲତାନି ବ୍ୟବହାର କରିବାକୁ ଭାବୁଛନ୍ତି, ତେବେ ପ୍ରଥମେ ଏହାର ଲାଭ ବିଷୟରେ ଜାଣନ୍ତୁ । ମାତ୍ର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଜିନିଷ ହେଉଛି ମୁଲତାନି ମାଟି। `ଯାହା ସୌନ୍ଦର୍ଯ୍ୟକୁ ଦ୍ଵିଗୁଣୀତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ମୁଲତାନି ମାଟିର କିଛି ଲାଭ ବିଷୟରେ କହିବୁ ।
ଯଦି ଆପଣଙ୍କ ମୁହଁକୁ ଭିତରୁ ସଫା କରିବାକୁ ଚାହାଁନ୍ତି ତେବେ ମୁଲତାନି ମାଟି ବ୍ୟବହାର କରନ୍ତୁ । ଯାହା ତ୍ୱଚାରୁ ମଇଳା, ତେଲ ଏବଂ ବିଷାକ୍ତ ପଦାର୍ଥ ବାହାର କରି ମୁଁହରେ ଗ୍ଲୋ ଆଣିଥାଏ । ମୁହଁରେ ଅଧିକ ତେଲ ଅଂଶ ଯୋଗୁଁ ବ୍ରଣ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଏବେ ଖୁବ୍ ସାଧାରଣ ସମସ୍ୟା ହୋଇଗଲାଣି । ତେଣୁ ଏଥିରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ଥିବାରୁ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।
ଗ୍ଲୋଇଂ ତ୍ବଚା ପାଇଁ ମଧ୍ୟ ମୁଲତାନି ମାଟି ବେଷ୍ଟ ହୋଇଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଯାହା ବ୍ୟବହାର କରିବା ଦ୍ବାରା ତ୍ୱଚାର ରଙ୍ଗକୁ ଉନ୍ନତ କରିବା ସହ ମୁହଁରେ ଥିବା ଦାଗକୁ ମଧ୍ୟ ଦୂର କରିଥାଏ । ପରିବର୍ତ୍ତନ ଋତୁ ପାଇଁ ସନବର୍ଣ୍ଣ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏପରି ପରିସ୍ଥିତିରେ ମୁଲତାନି ମାଟି ଭଲ ଚିକିତ୍ସା କରିପାରେ । ଯାହା ଜଳାପୋଡା, କୁଣ୍ଡାଇ ହେବା ଏବଂ ଲାଲପଣ ସମସ୍ୟାକୁ ହ୍ରାସ କରିଥାଏ ।
କେବଳ ଏତିକି ନୁହେଁ ବରଂ ମୁଲତାନି ମାଟିକୁ କେଶ ସଫା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯାହା କେଶକୁ ନରମ ଏବଂ ଚମକଦାର କରିଥାଏ । ମଜବୁତ କେଶ ପାଇଁ ମୁଲତାନି ମାଟି ଖୁବ୍ ଉପଯୋଗୀ ପ୍ରମାଣିତ ହୋଇଛି । ମୁଲତାନି ମାଟି ସହ ଅନ୍ୟାନ୍ୟ ଘରୋଇ ଜିନିଷ ମଧ୍ୟ ସାମିଲ କରିପାରିବେ । ଯାହାକୁ ବ୍ୟବହାର କରିବା ଦ୍ବାରା ଅଧିକରୁ ଅଧିକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ମୁଲତାନି ମାଟି ସହ କେଉଁ ଜିନିଷ ମିଶାଇଲେ ମିଳିବ ଲାଭ ।
ମୁଲତାନି ମାଟି ସହ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ୧୫-୨୦ ମିନିଟ୍ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି ସପ୍ତାହରେ ୨ ଥର ବ୍ୟବହାର କରିବା ଦ୍ବାରା ମୁହଁ ଫୁଲା ଏବଂ ଥକ୍କାପଣକୁ ଦୂର କରିଥାଏ । ସେହିପରି ମୁଲତାନି ମାଟି ସହିତ ଆଲୋଭେରା ଜେଲ୍ ମଧ୍ୟ ମିଶାଇ ପାରିବେ । ଯାହାକୁ ଲଗାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ ।