ଭୁବନେଶ୍ୱର : ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଶକ୍ତି ବଜାର ପ୍ରଭାବିତ । ଯୁଦ୍ଧର ସିଧାସଳଖ ପ୍ରଭାବ ପଡ଼ିଛି ରାସ୍ତା କଡରେ ଥିବା ଛୋଟ ହୋଟେଲ ଓ ଜଳଖିଆ ବ୍ୟବସାୟୀଙ୍କ ଉପରେ । LPG ଜାଳେଣି ଅଭାବରୁ ବ୍ୟବସାୟୀମାନେ ପ୍ରତିପୋଷଣ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ LPG ଅଭାବରୁ ଦିନକୁ ଦିନ ବନ୍ଦ ହେବାରେ ଲାଗିଛି ଛୋଟ ହୋଟେଲ ଓ ଉଠା ଜଳଖିଆ ଦୋକାନ ।
ଗୋଟିଏପଟେ ଖୁବଶୀଘ୍ର ସମସ୍ୟା ସମାଧାନ ହେବା ନେଇ ଖବର ଆସୁଥିଲେ ଅନ୍ୟପଟେ ଗ୍ୟାସ କଳା ବଜାରୀ ବଢ଼ୁଥିବା ଜାଣିବାକୁ ମିଳିଛି । ପରିଣାମ ସ୍ବରୂପ ସାଧାରଣ ଛୋଟ ଛୋଟ ହୋଟେଲ ଓ ଉଠା ଦୋକାନୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ଗ୍ୟାସ କଳା ବଜାରୀ ଯୋଗୁ ତିନି ହଜାର ଦେଇ ସିଲିଣ୍ଡର କିଣୁଛନ୍ତି ବ୍ୟବସାୟୀ । ଆଉ କେତେକ ବ୍ୟବସାୟୀ କାଠ ଜାଳେଣିକୁ ଆପଣାଇଛନ୍ତି । କାଠ ବି ମିଳୁ ନ ଥିବାରୁ ଅଧିକାଂଶ ଲୋକ ନାକେଦମ ହେଉଛନ୍ତି ।
