Wednesday, April 8, 2026
34.5 C
Odisha

    ଘରେ ଘରେ ସର୍ଦ୍ଦି-କାଶ-ଜ୍ୱର, ରାଜଧାନୀରେ ପ୍ରତି ୫ଜଣରେ ଜଣେ ଜ୍ୱର ସଂକ୍ରମିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଘରେ ଘରେ ଜ୍ୱର, କାଶ, ଥଣ୍ଡା। ଡେଙ୍ଗୁ, ମ୍ୟାଲେରିଆ ଆଦି ପରୀକ୍ଷା କଲେ ରିପୋର୍ଟ ନେଗେଟିଭ୍‌ ଆସୁଛି; କିନ୍ତୁ ୫ରୁ ୭ ଦିନ ପର୍ଯ୍ୟନ୍ତ ତଣ୍ଟି ଦରଜ ଓ ଗଳା ବସିବା ଭଳି ଲକ୍ଷଣ ଦେଖାଯାଉଛି। ଶରୀରରେ ତାପମାତ୍ରା କିଛି ଦିନ ପର୍ଯ୍ୟନ୍ତ ଲାଗି ରହୁଛି। ରାଜଧାନୀରେ ପ୍ରତି ୫ଜଣରେ ଜଣେ ଏବେ ଏହି ଜ୍ୱରରେ ସଂକ୍ରମିତ। ଦୈନିକ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଶହ ଶହ ରୋଗୀ ଧାଉଁଛନ୍ତି। ସେହିଭଳି ସହର ଭିତରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଘରୋଇ ଚିକିତ୍ସାଳୟରେ ମଧ୍ୟ ରୋଗୀଙ୍କ ଲମ୍ବା ଧାଡ଼ି। ଭୂତାଣୁ ସଂକ୍ରମଣ ଯୋଗୁଁ ଏହି ରୋଗ ହେଉଛି ଓ କୋଭିଡ଼ ପରି ଜଣକଠାରୁ ଅନ୍ୟ ଜଣକୁ ବ୍ୟାପୁଛି। କେହିକେହି ଏହାକୁ କୋଭିଡର ସୂକ୍ଷ୍ମ ସଂସ୍କରଣ ବୋଲି ପ୍ରଚାର ଆରମ୍ଭ କରିଛନ୍ତି। ବିଶେଷକରି ଛୋଟ ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ପରିବାରର କୌଣସି ସଦସ୍ୟଙ୍କୁ ଏହି ଜ୍ୱର ହେଲେ ଧୀରେ ଧୀରେ ସମସ୍ତେ ସଂକ୍ରମିତ ହେଉଛନ୍ତି। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ଏଚ୍‌-୧ ଏନ୍‌-୧ ଭୂତାଣୁ କହୁଥିବାବେଳେ କିଛି ଜଣ ଏହାକୁ ଭାଇରାଲ୍‌ ଜ୍ୱର ବୋଲି କହୁଛନ୍ତି। ହେଲେ ସରକାରୀ ଭାବେ ଏହି ଜ୍ୱରକୁ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ତେଣୁ ଏହା କେଉଁ ପ୍ରକାର ଭୂତାଣୁ ବୋଲି କିଛି ସ୍ପଷ୍ଟ ହୋଇପାରୁନି। ରୋଗୀ ଡାକ୍ତରଖାନାରୁ ଓ ଔଷଧ ଦୋକାନରୁ ଥଣ୍ଡା ପାଇଁ ଉଦ୍ଦିଷ୍ଟ ଔଷଧ ଆଣି ଖାଇ ଭଲ ହୋଇଯାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ