Friday, May 1, 2026
33.4 C
Odisha

    ବାରବାଟୀ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି, ମହିଳାଙ୍କ ପାଇଁ କରାଯାଇଛି ସ୍ଵତନ୍ତ୍ର ଟିକେଟ କାଉଣ୍ଟର ବ୍ୟବସ୍ଥା

    ଆଗକୁ ପଢନ୍ତୁ

    କଟକ  :  ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ମ୍ୟାଚ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ।  ଆସନ୍ତାକାଲି କାଉଣ୍ଟରରେ ଆରମ୍ଭ ହେବ ଅଫଲାଇନ୍ ଟିକଟ୍ ବିକ୍ରି ।  ପ୍ରଥମ ଥର ପାଇଁ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଭାବରେ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା କରାଯାଉଛି ।

    ମୋଟ ତିନିଟି ଟିକେଟ କଣ୍ଟେନର ମଧ୍ୟରେ ପାଞ୍ଚଟି ଟିକେଟ କାଉଣ୍ଟର ବ୍ୟବସ୍ଥା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ ।  ପୂର୍ବ ଥର ପରି ଠେଲାପେଲା ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିପାଇଁ ପଦକ୍ଷେପ ନିଆଯାଉଛି  ।  ଟିକେଟ କିଣିବା ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ପଥ ଭିନ୍ନ ଭିନ୍ନ ରଖାଯିବ ।  ପ୍ରଥମଥର ପାଇଁ ସର୍ପେନଟାଇନ ଡିଜାଇନରେ ହୋଇଛି ଲୁହା ବ୍ୟାରିକେଡ ।  ଟିକେଟ କଳାବଜାରୀ ଉପରେ ସତର୍କ ଦୃଷ୍ଟି ରଖିବ କମିଶନରେଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.4 ° C
    33.4 °
    33.4 °
    26 %
    1kmh
    83 %
    Fri
    34 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ