Monday, March 30, 2026
33.2 C
Odisha

    ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ନର୍ସିଂହୋମରେ ଅଗ୍ନିକାଣ୍ଡ। କଟକର ପୁରୀଘାଟ ଥାନା ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ନର୍ସିଂହୋମ୍‌ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିବା ଜଣାପଡିଛି।  ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରୁଛି। ଉଦ୍ଧାର ହୋଇଥିବା କିଛି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଥିବା ବେଳେ ଏବେ ବି କିଛି ରୋଗୀଙ୍କୁ ଉଦ୍ଧାର କରାଯାଉଛି। ଆଜି ଅପରାହ୍ନରେ ପୁରୀଘାଟ ଥାନା ନିକଟରେ ଥିବା ତ୍ରିସା ନର୍ସିଂହୋମ୍‌ ଅଗ୍ନିକାଣ୍ଡ ହୋଇଛି। ଅପରାହ୍ନରେ ହଠାତ୍‌ ତ୍ରିସା ନର୍ସିଂହୋମ୍‌ର ୩ୟ ମହଲାରେ ଥିବା ଆଇସିୟୁରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗି ଯାଇଥିଲା। ଚାହୁଁଚାହୁଁ ତୃତୀୟ ମହଲାରେ ବ୍ୟାପି ଯାଇଥିଲା ନିଆଁ। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ। ବାହାର ପାର୍ଶ୍ୱରେ ସିଡି ପକାଯାଇ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀ ଓ ସାଧାରଣ ବେଡ଼୍‌ରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ