Sunday, June 28, 2026
36.2 C
Odisha

    ଘର କ୍ରେତାଙ୍କ ପାଇଁ ଖୁସି ଖବର, METRO ଓ SBI ମଧ୍ୟରେ ହୋମ୍ ଲୋନ୍ ଚୁକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀରେ ଘର କିଣିବାକୁ ଇଚ୍ଛୁକ ମଧ୍ୟବିତ୍ତ ଓ ନୂଆ ଗୃହ କ୍ରେତାଙ୍କ ପାଇଁ ଆସିଛି ଖୁସି ଖବର । ଭୁବନେଶ୍ୱରର ପ୍ରମୁଖ ରିଅଲ୍ ଇଷ୍ଟେଟ୍ ସଂସ୍ଥା ହାଉସ୍ ଅଫ୍ ପୀୟୂଷ ମହାନ୍ତି (METRO) ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟରେ ଗୃହ ଋଣ ସହଯୋଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାକୁ ନେଇ ରାଜଧାନୀରେ ଏକ ସ୍ୱତନ୍ତ୍ର ‘SBI Meetup’ ଆୟୋଜିତ ହୋଇଥିଲା ।

    Metro Kinaaraa ପ୍ରକଳ୍ପକୁ କେନ୍ଦ୍ର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ SBIର ବରିଷ୍ଠ ଅଧିକାରୀ, ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ପ୍ରତିନିଧି, ବ୍ୟାଙ୍କିଙ୍ଗ୍ ବିଶେଷଜ୍ଞ ଏବଂ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ । ଗୃହ ଋଣ ପ୍ରକ୍ରିୟାକୁ ଆହୁରି ସରଳ, ଦ୍ରୁତ ଓ ଗ୍ରାହକବନ୍ଧବ କରିବା ସହ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସମନ୍ୱୟ ବଢ଼ାଇବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା ।

    ଏହି ସହଭାଗିତା ମାଧ୍ୟମରେ Metro Kinaaraaପ୍ରକଳ୍ପରେ ଘର କିଣିବାକୁ ଇଚ୍ଛୁକ ଗ୍ରାହକମାନେ କମ୍ ସମୟରେ ଋଣ ଅନୁମୋଦନ, ଆକର୍ଷଣୀୟ ସୁଧ ହାର, ସରଳ ଡକ୍ୟୁମେଣ୍ଟେସନ୍ ଓ ସ୍ୱଚ୍ଛ ବ୍ୟାଙ୍କିଙ୍ଗ୍ ପ୍ରକ୍ରିୟାର ସୁବିଧା ପାଇପାରିବେ । ଏହା ଫଳରେ ସ୍ୱପ୍ନର ଘର କିଣିବାକୁ ଚାହୁଁଥିବା ପରିବାରଙ୍କ ପାଇଁ ଆର୍ଥିକ ବୋଝ ମଧ୍ୟ ଅନେକାଂଶରେ କମିବ ବୋଲି ଆଶା କରାଯାଉଛି । ନଦୀକୂଳରେ ଗଢ଼ିଉଠୁଥିବା Metro Kinaaraaପ୍ରକଳ୍ପର 2 BHK, 3 BHK ଓ 3.5 BHK ଆଧୁନିକ ଫ୍ଲାଟ କିଣିବାକୁ ଇଚ୍ଛୁକ ଗ୍ରାହକମାନେ ଏହି ଚୁକ୍ତିର ସିଧାସଳଖ ଲାଭ ପାଇବେ ।

    ଉନ୍ନତ ନିର୍ମାଣ ମାନ, ଅତ୍ୟାଧୁନିକ ସୁବିଧା ଏବଂ SBI ପରି ବିଶ୍ୱସନୀୟ ବ୍ୟାଙ୍କର ଆର୍ଥିକ ସହଯୋଗ ମିଳିବା ଫଳରେ ଗ୍ରାହକଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହେବ ବୋଲି ଆୟୋଜକମାନେ କହିଛନ୍ତି । ଏହି ପଦକ୍ଷେପ ରାଜଧାନୀର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ନୂଆ ଗତି ଦେବା ସହ ଗୃହ କ୍ରେତାଙ୍କ ପାଇଁ ସହଜ, ସୁଲଭ ଓ ବିଶ୍ୱସନୀୟ ହୋମ୍ ଲୋନ୍ ବ୍ୟବସ୍ଥା ଉପଲବ୍ଧ କରାଯିବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    41 %
    1.8kmh
    84 %
    Sun
    34 °
    Mon
    36 °
    Tue
    36 °
    Wed
    32 °
    Thu
    30 °

    ସମ୍ବନ୍ଧିତ