Sunday, June 28, 2026
36.2 C
Odisha

    ହାଇୱେରେ ଠିଆ ହୋଇଥିବା ଟ୍ରକୁ ପଛରୁ ଧକ୍କା ଦେଲା କାର୍, ୨ ମୃତ, ୪ ଗୁରୁତର

    ଆଗକୁ ପଢନ୍ତୁ

    ମିର୍ଜାପୁର : ଉତ୍ତରପ୍ରଦେଶ ମିର୍ଜାପୁର ଜନପଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର ଦ୍ରୁତ ଗତିରେ ଆସି ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ପରେ ସେଥିରେ ଥିବା ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାସହିତ ଅନ୍ୟ ୪ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରରେ ଥିବା ସମସ୍ତ ଲୋକ ବାରାଣସୀରେ ବାବା କାଶୀ ବିଶ୍ବନାଥକୁ ଦର୍ଶନ କରିବା ପାଇଁ ଯାଇଥିଲେ ।

    ଖବର ମୁତାବକ, ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଲୋକ ମଧ୍ୟପ୍ରଦେଶର କଟନୀ ଜିଲ୍ଲାର ବୋଲି ଜଣାପଡିଛି । ପୁରା ପରିବାର ବାରାଣସୀ ଯାଇଥିଲେ । ସେମାନେ ଦର୍ଶନ କରିବା ପରେ ନିଜ ଘରୁ ଫେରୁଥିବା ବେଳେ ମିର୍ଜାପୁର ଡ୍ରମଣ୍ଡ ଗଂଜ ଥାନା ଅର୍ନ୍ତଗତ ଲହୁରିୟାଦହ ଗାଁ ନିକଟରେ ଦୁର୍ଘଟଣା ହୋଇଥିଲା । ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା କାର । କାର୍ ଦ୍ରତୁ ଗତି ଅନ୍ଧାର ଯୋଗୁଁ ଡ୍ରାଇଭର ଜାଣିପାରିନଥିଲେ ।

    ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ କାରରେ ଥିବା ଅନ୍ୟ ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇଁ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଥାନାରେ ଭର୍ତ୍ତି କରିଥିଲା । ପୋଲିସ କଠିନ ପରିଶ୍ରମ କରି କାର୍ ରେ ଫସିଥିବା ଲୋକଙ୍କୁ ବାହାର କରିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଦୁର୍ଘଟଣା ପରେ ଟ୍ରକ ଚାଳକ ନିଜର ଗାଡ଼ି ଛାଡି ଫେରାର ହୋଇଯାଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    41 %
    1.8kmh
    84 %
    Sun
    34 °
    Mon
    36 °
    Tue
    36 °
    Wed
    32 °
    Thu
    30 °

    ସମ୍ବନ୍ଧିତ