ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସତାନା ଜିଲ୍ଲାରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ବଞ୍ଚି ଥାଉ ଥାଉ ନିଜର ମୃତ୍ୟୁ ପରବର୍ତ୍ତୀ ରୀତିନୀତି ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି । ଏପରି ଘୋଷଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଅନେକ ଲୋକ ଅନେକ ପ୍ରତିକ୍ରିୟା ଦେବା ମଧ୍ୟ ଆରମ୍ଭ କରିଛନ୍ତି ।
ସୂଚନାନୁଯାୟୀ, ଉଚେହରାର ଅତ୍ରାବେଦିଆ ଗାଁର ଜଣେ ବାସିନ୍ଦା ରାମଲୋଟନ କୁଶୱାହା ମୃତ୍ୟୁ ପରବର୍ତ୍ତୀ ରୀତିନୀତି ଅନୁସାରେ ତେର ଦିନ ଏବଂ ବର୍ଷିକୀୟା ସମାରୋହ ପାଳନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ସାମରୋହ ମେ ୧୩ ତାରିଖରେ ଆୟୋଜନ ହେବାକୁ ଯାଉଛି । ମୃତ୍ୟୁ ପରେ ଯେମିତି ରୀତିନୀତିର ପାଳନ କରାଯାଏ ଠିକ୍ ସେହିପରି ଭାବେ ମୃତ୍ୟୁ ପରବର୍ତ୍ତୀ ରୀତିନୀତି ଆୟୋଜନ କରିଛନ୍ତି । ଏଥିସହ ସେ ଶୋକସଭା ପାଇଁ ସମ୍ପର୍କୀୟ, ଗାଁଲୋକ ଏବଂ ବନ୍ଧୁମାନଙ୍କୁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ମଧ୍ୟ ଆରମ୍ଭ କରିସାରିଛନ୍ତି । ବ୍ୟକ୍ତିଙ୍କ ମୃତ୍ୟୁ ପରେ ସତନାର ସରକାରୀ ମେଡିକାଲ କଲେଜକୁ ତାଙ୍କ ଶରୀର ଦାନ କରିବାର ଯୋଜନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଜୀବିତ ଥିବା ସମୟରେ ଏହି ଯୋଜନାର ନିଷ୍ପତ୍ତି ନେଇଛନ୍ତି । ଏହି ସପ୍ତାହ ଶେଷ ସୁଦ୍ଧା ଏହାର ଆୟୋଜନ ହେବ ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ତାଙ୍କର ଏପରି ନିଷ୍ପତ୍ତି ପରେ ଅନେକ ଲୋକ ତାଙ୍କୁ ପରିହାସ କରୁଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ଲୋକ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତାଙ୍କର ଏହି ପଦକ୍ଷେପ ଆଲୋଚନାର ବିଷୟବସ୍ତୁ ପାଲଟିଛି ।
