Sunday, February 15, 2026
28 C
Odisha

    ଘୁସକର ପଣ୍ଡିତ’ଫିଲ୍ମର ନିର୍ମାତାଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ କୌଣସି ନିର୍ଦ୍ଦିଷ୍ଟ ବର୍ଗକୁ ଅପମାନିତ କରିବା ଉଚିତ୍ ନୁହେଁ

    ଆଗକୁ ପଢନ୍ତୁ

    ଜଷ୍ଟିସ୍ ବି.ବି.ନାଗାରତ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ “ଘୁଷଖୋର ପଣ୍ଡିତ”ର ​​ପ୍ରଯୋଜକଙ୍କୁ କଡ଼ା ଭର୍ତ୍ସନା କରି କହିଛନ୍ତି, “କୌଣସି ବର୍ଗକୁ ଅପମାନିତ କରିବା ଉଚିତ୍ ନୁହେଁ । ସମାଜରେ ପୂର୍ବରୁ ଏମିତି ବିଭାଜନ କରାଯାଇଛି । ଏହାକୁ ଏତେ ବଢାନ୍ତୁ ନାହିଁ ।” ଏହାରି ମଧ୍ୟରେ କୋର୍ଟ ନୋଟିସ୍ ଜାରି କରି କହିଛନ୍ତି ଯେ, ଏବେ ଟାଇଟେଲ ବଦଳାଇବାର ଅଛି ତେବେ କ’ଣ ଦେବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଆପଣ କୁହନ୍ତୁ । ଫିଲ୍ମରେ କୌଣସି ବର୍ଗକୁ ନେଇ କିଛି ଆପତ୍ତିଜନକ କଥା ରହିଛି କି ନାହିଁ ସେ ସମ୍ପର୍କରେ ମଧ୍ୟ କୁହନ୍ତୁ । ଏହି ମାମଲାର ଆଗାମୀ ଶୁଣାଣି ୧୯ ଫେବୃଆରୀରେ କରାଯିବ ।

    ଏହା ପୂର୍ବରୁ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ନେଟଫ୍ଲିକ୍ସର ଫିଲ୍ମ “ଘୁସଖୋର ପଣ୍ଡିତ”ର ​​ରିଲିଜ୍ ଏବଂ ଷ୍ଟ୍ରିମିଂ ଉପରେ ସ୍ଥଗିତ ରଖିବା ପାଇଁ ଏକ ଆବେଦନର ଶୁଣାଣି କରିଥିଲା । ଆବେଦନରେ ଯୁକ୍ତି ଦିଆଯାଇଥିଲା ଯେ ଫିଲ୍ମର ଟାଇଟେଲ ଏବଂ ପ୍ରସ୍ତାବିତ କଣ୍ଟେଣ୍ଟ ମାନହାନିଜନକ ଏବଂ ସାମ୍ପ୍ରଦାୟିକ ଭାବରେ ଆପତ୍ତିଜନକ । ଶୁଣାଣି ସମୟରେ ନେଟଫ୍ଲିକ୍ସ କୋର୍ଟକୁ ଜଣାଇଥିଲା ଯେ ଫିଲ୍ମମେକର୍ସ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ଲାଟଫର୍ମ ଟାଇଟଲ୍ ପରିବର୍ତ୍ତନ କରିବାକୁ ଖଣ୍ଡପୀଠଙ୍କୁ ପ୍ରତିଶୃତି ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମ ସହିତ ଜଡିତ ଥିବା ସମସ୍ତ ପ୍ରମୋସନାଲ ମ୍ୟାଟେରିଆଲ୍ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଛି । ଏହାପରେ କୋର୍ଟ ଏହି ମାମଲାର ସମାଧାନ କରିଥିଲେ ।

    ଅନ୍ୟପଟେ କୋର୍ଟ କହିଛନ୍ତି ଯେ, ଆବେଦନ ଉପରେ ଆଉ କୌଣସି ନିର୍ଦ୍ଦେଶ ଜାରି କରିବାର କୌଣସି କାରଣ ନାହିଁ । ନେଟଫ୍ଲିକ୍ସ ଏବଂ ନିର୍ମାତା ଫିଲ୍ମର ଟାଇଟେଲ୍ ପରିବର୍ତ୍ତନ କରିବାକୁ ରାଜି ହୋଇଥିଲେ । ଏହାକୁ ଆଧାର କରି କୋର୍ଟ ମାମଲା ସମାଧାନ କରିବାକୁ ମାନିଥିଲେ ଏବଂ “ଘୁସଖୋର ପଣ୍ଡିତ” ର ରିଲିଜ୍ ବନ୍ଦ କରିବାର ଆବେଦନକୁ ଖାରଜ କରିଦେଲେ ।

    “ଘୁସଖୋର୍ ପଣ୍ଡିତ” ଶୀର୍ଷକ ହିନ୍ଦୁ ପୁରୋହିତ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରେ ଏବଂ ସାମାଜିକ ଏବଂ ସାମ୍ପ୍ରଦାୟିକ ଭାବରେ ଉତ୍ତେଜକ ହୋଇପାରେ ବୋଲି ଆବେଦନକାରୀ କୋର୍ଟକୁ କହିଥିଲେ । ଆବେଦନରେ ଫିଲ୍ମ ରିଲିଜ୍ ଏବଂ ଅନଲାଇନ୍ ଷ୍ଟ୍ରିମିଂ ଉପରେ ତୁରନ୍ତ ନିଷେଧ କରିବାକୁ ଦାବି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    27 %
    2kmh
    3 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ