Saturday, April 11, 2026
37.2 C
Odisha

    ଚନ୍ଦ୍ରଗ୍ରହଣରେ ଗର୍ଭବତୀ ମହିଳାମାନେ କଣ କରିବା ଉଚିତ

    ଆଗକୁ ପଢନ୍ତୁ

     

    ତେବେ ଧାର୍ମିକ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣର ସୂତକ ସମୟ ଲୋକଙ୍କ ପାଇଁ ଏକ ବହୁତ କଷ୍ଟକର ସମୟ। ଏହା ବ୍ୟତୀତ, ଗର୍ଭବତୀ ମହିଳାମାନଙ୍କୁ ଚନ୍ଦ୍ରଗ୍ରହଣ ସମୟରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ।

    ଯେଉଁମାନେ ଏହି ନିୟମଗୁଡ଼ିକୁ ପାଳନ କରନ୍ତି ନାହିଁ ସେମାନେ ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ କେଉଁ ସମସ୍ତ ଜିନିଷଗୁଡ଼ିକର ଯତ୍ନ ନେବା ଉଚିତ୍ ।

    ଗର୍ଭବତୀମାନେ କିପରି ନେବେ ଯତ୍ନ  : ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଚନ୍ଦ୍ରକୁ ନ ଦେଖିବା ପାଇଁ କଡା ପରାମର୍ଶ ଦିଆଯାଇଛି କାରଣ ଏଥିରେ କ୍ଷତିକାରକ କିରଣ ରହିଥାଏ ଯାହା ଆଖି ଓ ଶିଶୁ ଉପରେ ପ୍ରଭାବ ପକାଇପାରେ ।

    ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ନିଜ ଘର ଭିତରେ ରହିବା ଉଚିତ୍। ମାନ୍ୟତା ରହିଛି ଗର୍ଭବତୀ ମହିଳାମାନଙ୍କୁ ଯଦି କୌଣସି କାରଣରୁ ଘରୁ ବାହାରକୁ ଯିବାକୁ ପଡେ ତେବେ ସେମାନଙ୍କ ପେଟରେ ଗୋବର ଲଗାଇବା ଉଚିତ୍ ।

    ଯଦି ଆପଣ ଏହା କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ପେଟରେ ଟିକା ଲଗାଇପାରିବେ । ଏହା କରିବା ଦ୍ୱାରା ଶିଶୁର ଉପରେ କୌଣସି ନାକାରତ୍ମକ ପ୍ରଭାବ ପଡିନଥାଏ ।

    ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ ।

    ତୀକ୍ଷ୍ଣ ବସ୍ତୁ ଯେପରିକି କଇଁଚି, ଛୁଞ୍ଚି, ଛୁରୀ ଇତ୍ୟାଦି ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ପିଲା ଉପରେ ଗ୍ରହଣ ଖଣ୍ଡିଆର ପ୍ରଭାବ ପଡିପାରେ । ତେବେ ଏହି ସମୟରେ ଛୁଞ୍ଚି ସୂତାରେ ଲୁଗା ସିଲାଇ କରନ୍ତୁ ନାହିଁ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ