Wednesday, April 8, 2026
23.9 C
Odisha

    ଚନ୍ଦ୍ରବାବୁ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, ମମତାଙ୍କଠାରୁ ୬୦୦୦ ଗୁଣ ଅଧିକ ଧନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ଦେଶର ସବୁଠାରୁ ଧନୀ ଏବଂ ସର୍ବଠାରୁ କମ ସମ୍ପତ୍ତି ଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ର ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଅଟନ୍ତି। ତାଙ୍କର ମୋଟ ସମ୍ପତ୍ତି ୯୩୧ କୋଟି ଟଙ୍କା ରହିଛି। ରିପୋର୍ଟ ଅନୁଯାୟୀ, ଭାରତରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ନିଜସ୍ୱ-ଆୟ ହେଉଛି ୧୩,୬୪,୩୧୦ ଟଙ୍କା, ଯାହା ଭାରତର ମୁଣ୍ଡପିଛା ଆୟ ଠାରୁ ୭.୩ ଗୁଣ ଅଧିକ। ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀଙ୍କ ସବୁଠାରୁ କମ ସମ୍ପତ୍ତି ରହିଛି। ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ସୂଚନା ଅନୁଯାୟୀ ତାଙ୍କର ସମ୍ପତ୍ତି ୧୫.୩୮ ଲକ୍ଷ ଟଙ୍କା ରହିଛି।

    ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ୬୦୦୦ ଗୁଣ ଅଧିକ ଧନୀ। ୧୦ ଜଣ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରୁ ପାଞ୍ଚ ଜଣ ଆଞ୍ଚଳିକ ଦଳର ହୋଇଥିବାବେଳେ ତିନିଜଣ ବିଜେପିର ଏବଂ ଦୁଇଜଣ କଂଗ୍ରେସର। ସର୍ବନିମ୍ନ ସମ୍ପତ୍ତି ଘୋଷଣା କରିଥିବା ପାଞ୍ଚ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଚାରିଜଣ ହେଉଛନ୍ତି ଇଣ୍ଡିଆ ମେଣ୍ଟର ସଦସ୍ୟ। ୨୮ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳର ୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କେବଳ ଦୁଇଜଣଙ୍କୁ ଛାଡି ଅନ୍ୟମାନେ କୋଟିପତି । ଅରୁଣାଚଳର ପେମା ଖଣ୍ଡୁ ହେଉଛନ୍ତି ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ, ଯାହାଙ୍କର ସମ୍ପତ୍ତି ୩୩୨.୫୭ କୋଟି ଟଙ୍କା ।

    ବିଗତ ଆର୍ଥିକ ବର୍ଷରେ ବାର୍ଷିକ ସର୍ବାଧିକ ଆୟ ହୋଇଥିବା ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି ବିଜେପିର ନବ ନିର୍ବାଚିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ୩୮.୭୪ ଲକ୍ଷ ଟଙ୍କା, ମେଘାଳୟର କନରାଡ ସାଙ୍ଗମା ୨୯.୫୮ ଲକ୍ଷ ଟଙ୍କା ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ୨୮.୭୮ ଲକ୍ଷ ଟଙ୍କା। ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବ୍ୟବସାୟକୁ ନିର୍ବାଚନ ଆଫିଡେଭିଟରେ ଆୟର ଉତ୍ସ ବୋଲି କହିଥିବାବେଳେ ୨୨ ଜଣ ମୁଖ୍ୟମନ୍ତ୍ରୀ ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ