Friday, October 2, 2026
29.9 C
Odisha

    ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, ଗିରଫ ହେଲା ବୟ ଫ୍ରେଣ୍ଡ

    ଆଗକୁ ପଢନ୍ତୁ

    କଟକ : ଗିରଫ ହେଲା ବୟ ଫ୍ରେଣ୍ଡ। ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଭୀମସେନ୍ ଟୁଡୁ ଗିରଫ। ମୃତ ଚନ୍ଦ୍ରିକାଙ୍କ ବୟ ଫ୍ରେଣ୍ଡ ଭୀମ ସେନ୍। ମୟୁରଭଞ୍ଜରୁ ଗିରଫ କଲା ସ୍ପେସାଲ୍ ସ୍ୱାଦ। କମିଶନରେଟ ପୋଲିସର ସ୍ପେସାଲ୍ ସ୍ୱାଦ କଲା ଗିରଫ। ନିକଟ ଅତୀତରେ ହାଇକୋର୍ଟ ରେ ଆଗୁଆ ଜାମିନ ଆବେଦନ କରିଥିଲେ ଭୀମ ସେନ୍। ମୃତ୍ୟୁ ପାଇଁ ବୟଫ୍ରେଣ୍ଡ ଦାୟୀ ବୋଲି ଅଭିଯୋଗ କରି ଥିଲେ ପରିବାରବର୍ଗ।

    ପ୍ରକାଶଯୋଗ୍ୟ, ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ କିଛି ଦିନ ଧରି ଫେରାର ଥିଲେ । ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ କରିଥିଲା କମିଶନରେଟ ପୋଲିସ । ଜୁନ୍ ୪ ତାରିଖ ଦିନ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରୁଜୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ କରିଥିଲା କମିଶନରେଟ ପୋଲିସ ।

    ପୁରୁଷ ବନ୍ଧୁ ଭୀମସେନ ନିଜର ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ଆଗୁଆ ଜାମିନ ଆବେଦନକୁ କୋର୍ଟରେ ବିରୋଧ କରାଯିବ ବୋଲି କହିଛନ୍ତି କଟକ ଡିସିପି । ଏଥିପାଇଁ ଆବଶ୍ୟକୀୟ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଥିବା ସୂଚନା ଦେଇଛନ୍ତି । ମୃତ ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ପାଣିରେ ବୁଡ଼ି ଅଣନିଶ୍ୱାସୀ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚନ୍ଦ୍ରିକାଙ୍କ ପରିବାରବର୍ଗ ଭୀମସେନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ସହ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ