Saturday, April 11, 2026
37.5 C
Odisha

    ଚମକଦାର ତ୍ବଚା ପାଇଁ ବରଦାନ ଏହି ତେଲ

    ଆଗକୁ ପଢନ୍ତୁ

    ଆଜିକାଲି ଖରାପ ଲାଇଫ୍‌ଷ୍ଟାଇଲ୍, ବଢୁଥିବା ପ୍ରଦୂଷଣ, ଖରାପ ପାଣି ଓ ପବନର ପ୍ରଭାବ ସିଧାସଳଖ ତ୍ୱଚା ଉପରେ ପଡ଼ୁଛି। ଦାଗ-ଧବ୍ବା, ଝୁର୍ରି, ଶୁଷ୍କତା ଓ ଏଜିଂ ସମସ୍ୟା ଦିନକୁ ଦିନ ବଢୁଛି। ବଜାରରେ ବହୁ ବ୍ୟୁଟି ପ୍ରଡକ୍ଟ ମିଳୁଥିଲେ ମଧ୍ୟ, ପ୍ରାକୃତିକ ଉପାୟ ତ୍ୱଚା ପାଇଁ ଅଧିକ ସୁରକ୍ଷିତ ଓ ଲାଭଦାୟକ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏମିତି ଏକ ପ୍ରାକୃତିକ ଉପାଦାନ ହେଉଛି ମୋରିଙ୍ଗା ତେଲ

    ତ୍ୱଚା ପାଇଁ କେତେ ଫାଇଦାକାରୀ ମୋରିଙ୍ଗା?
    ଆୟୁର୍ବେଦରେ ମୋରିଙ୍ଗାକୁ ‘ଶୋଭାଞ୍ଜନ’ ବୋଲି କୁହାଯାଏ। ମୋରିଙ୍ଗା ଗଛର ପତ୍ର, ଛାଲ, ଫଳି ଓ ମଞ୍ଜିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାର ମଞ୍ଜିକୁ ଶୁଖାଇ ତେଲ ବାହାର କରାଯାଏ, ଯାହା ତ୍ୱଚା ପାଇଁ ଖୁବ୍ ଲାଭଦାୟକ।

    ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଫାର୍ମାସ୍ୟୁଟିକାଲ୍ ରିସର୍ଚ୍ଚ ଆଣ୍ଡ୍ ଆପ୍ଲିକେସନ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,, ମୋରିଙ୍ଗା ତେଲରେ ଓଲିକ୍ ଏସିଡ୍, ଭିଟାମିନ୍ A, C ଓ E ପ୍ରଚୁର ମାତ୍ରାରେ ମିଳେ। ଏହାସହ ଫ୍ଲାଭୋନଏଡ୍ସ ଓ ପଲିଫେନଲ୍ ଭଳି ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ଏଜିଂ ପ୍ରକ୍ରିୟାକୁ ଧୀର କରିଥାଏ ଓ ତ୍ୱଚାକୁ ଭିତରୁ ସୁସ୍ଥ ରଖେ।

    ମୋରିଙ୍ଗା ତେଲର ମୁଖ୍ୟ ଲାଭ :  ମୋରିଙ୍ଗା ତେଲ ତ୍ୱଚାରେ ହେଉଥିବା ଝୁର୍ରି ବା ରିଙ୍କଲ୍ସ, କଳା ଦାଗ, ପିଗମେଣ୍ଟେସନ୍ ଓ ସନ୍‌ଡ୍ୟାମେଜ୍‌କୁ କମ୍ କରେ। ଏହି ତେଲ ଫ୍ରି ର୍ୟାଡିକାଲ୍‌ର କ୍ଷତିରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ ଏବଂ କୋଲାଜେନ୍ ଉତ୍ପାଦନକୁ ବଢ଼ାଇଥାଏ। ଫଳରେ ତ୍ୱଚା ଅଧିକ ନରମ, ମୃଦୁ ଓ ଉଜ୍ଜ୍ୱଳ ହୁଏ।

    ଏହି ତେଲ ବ୍ରଣ କିମ୍ବା ମଳିନ ଚର୍ମ ପାଇଁ ମଧ୍ୟ ଲାଭଦାୟକ।। ଏହା ଫାଟିଥିବା ଓଠକୁ ମଧ୍ୟ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରେ।

    ମୋରିଙ୍ଗା ତେଲ କିପରି ଲଗାଇବେ?
    ରାତିରେ ସୋଇବା ପୂର୍ବରୁ ମୋରିଙ୍ଗା ତେଲର କିଛି ବୁନ୍ଦା ନେଇ ହଳୁକା ହାତରେ ମୁହଁରେ ମସାଜ୍ କରନ୍ତୁ। ଏହା ତ୍ୱଚାର ଗଭୀର ସ୍ତର ପର୍ଯ୍ୟନ୍ତ ପହଞ୍ଚି ଡାର୍କ ସ୍ପଟ୍ କମ୍ କରିଥାଏ। ଗାଧୋଇବା ପରେ ଯଦି ଏହି ତେଲ କିଛି ବୁନ୍ଦା ନେଇ ମସାଜ୍ କରନ୍ତି, ତେବେ  ତ୍ୱଚା ଦୀର୍ଘ ସମୟ ପର୍ଯ୍ୟନ୍ତ ନରମ ଓ ମୁଲାୟମ ରହେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ