Tuesday, April 7, 2026
26.1 C
Odisha

    ଚର୍ଚ୍ଚାରେ ମହାକୁମ୍ଭ‌କୁ ଆସିଥିବା ୧୦ବର୍ଷର କୁନି ନାଗା ସାଧୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୫ ଜାନୁଆରୀ ୧୩ ତାରିଖ ପ୍ରତ୍ୟୁଷରୁ କୁମ୍ଭ ସ୍ନାନ ପାଇଁ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥଙ୍କ ସମାଗମ ହୋଇଛି। କୁମ୍ଭମେଳାରେ ନାଗା ସାଧୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟି ଥାଆନ୍ତି। କୁହାଯାଏ ସେମାନେ ହିମାଳୟରେ ରହନ୍ତି ଓ କେବଳ କୁମ୍ଭମେଳାରେ ହିଁ ସାଧାରଣ ଲୋକଙ୍କ ଗହଣକୁ ଆସିଥାଆନ୍ତି।ଚଳିତଥର କୁମ୍ଭମେଳାରେ ବୟସରେ ସବୁଠାରୁ ଛୋଟ ନାଗା ସାଧୁଙ୍କୁ ଦେଖିବାକୁ ମିଳିଛି। ଉକ୍ତ ନାଗା ସାଧୁଙ୍କ ବୟସ ମାତ୍ର ୧୦ବର୍ଷ ଥିବା କୁହାଯାଉଛି। ୮୦ବର୍ଷର ବୃଦ୍ଧା ବି କୁମ୍ଭମେଳାରେ ଏହି ବାଳକ ନାଗା ସାଧୁଙ୍କ ଆର୍ଶୀବାଦ ନେବା ପାଇଁ ପହଞ୍ଚୁଛନ୍ତି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ ୧୦ବର୍ଷ ବୟସର ନାଗା ସାଧୁ ଚ‌କଲେଟ ଖାଇବାକୁ ଖୁବ ପସନ୍ଦ କରନ୍ତି। ତେଣୁ ତାଙ୍କ ଭକ୍ତମାନେ ମିଠା, ଚକଲେଟ ନେଇ ଆସିଥାଆନ୍ତି। ୧୦ବର୍ଷର ନାଗା ସାଧୁ ସନାତନ ପରମ୍ପରାକୁ ଆଗକୁ ନେବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଉକ୍ତ ନାଗା ସାଧୁ ଜଣକ ବିଷ୍ଣୁ ଗିରି ମହାରାଜ ଶ୍ରେଣୀ ତୃତୀୟର ଛାତ୍ର। ଯିଏକି ସଂସ୍କୃତ ଶ୍ଳୋକକୁ ଅତି ସ୍ପଷ୍ଟ ଭାବେ ଗାନ କରିଥାଆନ୍ତି। ଏହି ବାଳକ ନାଗା ସାଧୁ ଯେ‌ତେବେ‌ଳେ ଭଜନ ଗାନ କରନ୍ତି ଶ୍ରୋତାଙ୍କ ପ୍ରବଳ ଭିଡ଼ ଲାଗି ଯାଇଥାଏ।କୁମ୍ଭରେ ସବୁଠୁ ବଡ଼ ଦୁଇ ନାଗା ଆଖଡା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରନ୍ତି। ଏଥିରେ ବାରଣାସୀର ମହାପରିନିର୍ବାଣ ଆଖଡା ଓ ପଞ୍ଚଦଶନାମ ଜୁନା ଆଖଡା ଅଛନ୍ତି। ଅଧିକାଂଶ ନାଗା ସାଧୁ ଏହି ଦୁଇ ଆଖଡ଼ାରୁ ଆସିଥାଆନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ