Sunday, August 23, 2026
24.2 C
Odisha

    ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଟାୟାର ନଟ, ଅଳ୍ପକେ ବର୍ତ୍ତିଲା ପ୍ରସୂତି ଓ ନବଜାତଙ୍କ ଜୀବନ

    ଆଗକୁ ପଢନ୍ତୁ

    ଉଦଳା  : ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଟାୟାର ନଟ୍, ଅଳ୍ପକେ ବର୍ତ୍ତିଲା ପ୍ରସୂତୀ ଓ ନବଜାତ। ଅଧଘଣ୍ଟାରୁ ଅଧିକ ସମୟ ଧରି ଆମ୍ବୁଲାନ୍ସ ଭିତରେ ପଡ଼ିରହିଲେ ଦୁଇ ଜଣ ।  ଏଭଳି ଘଟଣା ଘଟିଛି ଉଦଳା ଗୌଡିୟ ମଠ ନିକଟରେ । କପ୍ତିପଦା ଥାନା ନଛିପୁର ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ ଆଶା ଦିଦି। ହେଲେ ଆମ୍ବୁଲାନ୍ସ ପହଂଚିବା ପୂର୍ବରୁ ଘରେ ପ୍ରସବ କରିଥିଲେ । ଆମ୍ବୁଲାନ୍ସ ପହଂଚିବା ପରେ ନବଜାତ ଏବଂ ପ୍ରସୂତି ମହିଳାଙ୍କୁ ଆମ୍ବୁଲାନ୍ସରେ ନେଇ ଆଶା ଦିଦି ଉଦଳା ମେଡିକାଲ ଆସୁଥିଲେ ।

    ହେଲେ ଉଦଳା ଗୌଡିୟ ମଠ ନିକଟରେ ଆମ୍ବୁଲାନ୍ସ ପଛ ଚକର ସମସ୍ତ ନଟ ଖୋଲି ଯାଇ ଟାୟାର ଟି ଗାଡ଼ିରୁ ଅଳ୍ପ ବାହାରି ଯାଇଥିଲା ।  ଡ୍ରାଇଭର ଏହା ଜାଣିପାରି ଗାଡି ରାସ୍ତା କଡରେ ଅଟକାଇ ଦେଇଥିଲେ। ଯାହା ଫଳରେ ବଡ଼ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଥିଲେ। ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଉଭୟ ମାଆ ଓ ଶିଶୁଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    96 %
    1.2kmh
    100 %
    Sat
    24 °
    Sun
    29 °
    Mon
    29 °
    Tue
    26 °
    Wed
    27 °

    ସମ୍ବନ୍ଧିତ