Wednesday, April 1, 2026
25.3 C
Odisha

    ଚଳନ୍ତା ବସରେ ଜୀବନହାରିଲେ ୫୦ ବର୍ଷୀୟ ଯାତ୍ରୀ, ଭୟରେ ଦୌଡିଲେ ଅନ୍ୟ ଯାତ୍ରୀ

    ଆଗକୁ ପଢନ୍ତୁ

    ସୂଚନାନୁଯାୟୀ, ପୁନେରୁ ପୁସେଦ ଯାଉଥିବା ଟ୍ରାଭେଲ୍ସ ଏମପି ୦୯ ଡିପି ୯୯୨୫ ବଡନାପୁର ଅଞ୍ଚଳ ଦେଇ ଯାଉଥିବା ବେଳେ ଜଣେ ୫୦ ବର୍ଷୀୟ ଯାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ଜୀବନ ହାରିବାର ଉଦ୍ୟମ କରିଥିଲେ । ଯିଏ କି ବସର ୧୨ ନମ୍ବର ସିଟରେ ବସିଥିଲେ । ହଠାତ୍ ପୋଡି ହେବାର ଗନ୍ଧ ହେବାରୁ ଆତଙ୍କ ଖେଳିଯାଇଥିଲା । ଅନ୍ୟ ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବସରୁ ବାହାରି ଦୌଡିବାକୁ ଆରମ୍ଭ କରିଥିଲେ । ଡ୍ରାଇଭର ତୁରନ୍ତ ବଡନାପୁର ନିକଟରେ ଥିବା ନିରଙ୍କାରୀ ପେଟ୍ରୋଲ ପମ୍ପ ନିକଟରେ ବସ୍‌ଟିକୁ ଅଟକାଇ ଦେଇଥିଲେ । ଫଳରେ ଯାତ୍ରୀଙ୍କୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଯାତ୍ରୀମାନେ ତୁରନ୍ତ ବଡନାପୁର ପୋଲିସକୁ ସୂଚନା ଦେଇଥିଲେ ।

    ଅନ୍ୟପଟେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି  ମୃତଦେହକୁ ନିକଟସ୍ଥ ଗ୍ରାମୀଣ ହସ୍ପିଟାଲକୁ ପଠାଇଥିଲା । ତାଙ୍କ ନିକଟରୁ ମିଳିଥିବା ଜିନିଷପତ୍ରରୁ ତାଙ୍କୁ ଚିହ୍ନଟ କରାଯିବା ସହ ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଜୀବନହାରିବାର କାରଣ ଜଣାପଡିନାହିଁ । ସେନେଇ ପୋଲିସ ଘଟଣାର ତଦନ୍ତ କରୁଛି । ଯାହା ମୃତକଙ୍କ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ