Friday, October 2, 2026
22.9 C
Odisha

    ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ସହରକୁ ସମ୍ପ୍ରସାରଣ କରାଯିବ : ନଗର ଉନ୍ନୟନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଏଥିସହିତ ଚୌଧୁରୀବଜାର ସ୍ଥିତ କଲ୍ୟାଣ ମଣ୍ଡପ ନବୀକରଣ କରାଯାଇ ଉଦଘାଟିତ କରାଯାଇଛି ।  କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି ।  ସହୀଦ ଭବନ ନବୀକରଣର ଉଦଘାଟନ ସହ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ, ସଦର ବିଧାୟକ ପ୍ରକାଶ ସେଠୀ, ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଏବଂ ବହୁ ମନୟାଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଯୋଗ ଦେଇଥିଲେ।

    ମେୟର  ସୁବାସ ସିଂ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।  ସିଏମସି କମିଶନର କିରଣଦୀପ କୌର ସହୋତା, ଡେପୁଟି ମେୟର ଦମୟନ୍ତୀ ମାଝି ଏବଂ ବିଭିନ୍ନ ୱାର୍ଡର କର୍ପୋରେଟରମାନେ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏବଂ ଡିସିପି ହୃଷୀକେଶ ଖିଲାରୀ ପ୍ରମୁଖ ଉପସ୍ଥିତ ଥିଲେ ।  ମେୟରଙ୍କର ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଟକ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ