Wednesday, June 24, 2026
27.6 C
Odisha

    ପୁଣେରେ ସୋନମ ରଘୁବଂଶୀ ଭଳି କାଣ୍ଡ, ଭାବିସ୍ବାମୀଙ୍କୁ ପାହାଡ଼ ଉପରୁ ଠେଲିଦେଲେ ଭାବି ପତ୍ନୀ ଏବଂ ପ୍ରେମିକ

    ଆଗକୁ ପଢନ୍ତୁ

    ପୁଣେ : ଇନ୍ଦୋରର ସୋନମ ରଘୁବଂଶୀ ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ମହାରାଷ୍ଟ୍ରର ପୁଣେରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ଯୁବତୀ ନିଜ ପ୍ରେମିକ ସହ ମିଶି ନିଜ ଭାବୀ ସ୍ୱାମୀଙ୍କୁ ପାହାଡ଼ରୁ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

    ଖବର ମୁତାବକ, କେତନ ଅଗ୍ରୱାଲ ଭାବିପତ୍ନୀ ସିୟା ଗୋୟଲଙ୍କ ସହିତ ଜନ୍ମିଦନ ଅବସରରେ ପୁଣେ ଲୋହାଗଡ଼ କିଲ୍ଲା ଉପରେ ଟ୍ରେକିଂ ପାଇଁ ଯାଇଥିଲେ । କିଲ୍ଲାରେ ଫଟୋ ଉଠାଇବା ବୁଲିବା ସହିତ କିଛି ସମୟ ଅତିବାହିତ କରିଥିଲେ । ଆଉ ସେଠାରେ ଫଟୋ ଉଠାଇବା ସମୟରେ କେତନଙ୍କ ପାଦ ଖସିଯାଇଥିଲା ଏବଂ ତାଙ୍କ ଜୀବନ ଚାଲିଯାଇଥିଲା । ପ୍ରଥମେ ଏହାକୁ ଏକ ଦୁର୍ଘଟଣା କୁହାଯାଉଥିବା ବେଳେ ପୋଲିସ ତଦନ୍ତ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି ।

    ପ୍ରେମିକ ସହିତ ମିଶି ସିୟା ୨୪ ବର୍ଷୀୟ କେତନ ଅଗ୍ରୱାଲଙ୍କ ହତ୍ୟା କରିଥିବା ଅଭିଯୋଗ ହେଉଛି । ସିୟାଙ୍କ ଜନ୍ମଦିନ ଅବସରରେ ଲୋହାଗଡ଼ କିଲ୍ଲାକୁ ଯାଇଥିଲେ କେତନ ଏବଂ ସିୟା । ହେଲେ ସେଠାରେ ପୂର୍ବରରୁ ପ୍ରେମିକ ଚେତନ ମଧ୍ୟ ପହଞ୍ଚିଥିଲେ । ଦୁହେଁ ମିଶି କେତନଙ୍କୁ ପାହାଡ଼ ଉପରୁ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ଦେଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ କେତନଙ୍କ ମୃତ୍ୟୁ ହୋଇଥିଲା ।

    ମାତ୍ର ସିୟାଙ୍କ ସନ୍ଦେହଜନକ ବୟାନ ପରେ ପୋଲିସ ମୋବାଇଲ୍ କଲ୍ ରେକର୍ଡ, ସୋସିଆଲ ମିଡିଆ ଏବଂ ଡିଜିଟାଲ୍ ପ୍ରମାଣର ଯାଞ୍ଚ କରିଥିଲା । ଏଥିରୁ ସିୟା ଓ ଚେତନଙ୍କ ପ୍ରେମ ସମ୍ପର୍କ ଏବଂ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ପୋଲିସ ଅଭିଯୁକ୍ତ ଚେତନ ଏବଂ ସିୟାଙ୍କୁ ଗିରଫ କରିଛି । ଆସନ୍ତା ମାସରେ ତାଙ୍କର ଜୟପୁରରେ ଭବ୍ୟ ବିବାହ ହେବାର ଥିଲା । ଏଥିପାଇଁ ପ୍ୟାଲେସ ମଧ୍ୟ ବୁକ୍ ହୋଇଥିଲା । ତେବେ ପୁଅର ମୃତ୍ୟୁରେ କେତନଙ୍କ ପରିବାରକୁ ବଡ଼ ଝଟକା ଲାଗିଛି । ପୁଅର ବାହାଘର ପାଇଁ ବେଶ୍ ଉତ୍ସାହିତ ଥିବା ପରିବାରରେ ଶେଷରେ ଦୁଃଖର ପାହାଡ଼ ଖସିପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    70 %
    1.4kmh
    99 %
    Wed
    36 °
    Thu
    38 °
    Fri
    37 °
    Sat
    39 °
    Sun
    38 °

    ସମ୍ବନ୍ଧିତ