Monday, October 19, 2026
24.2 C
Odisha

    ଚଳିତ ଅଜା ଏକାଦଶୀ ଦିନ ରହିବ ଅନେକ ଶୁଭ ଯୋଗ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଏକାଦଶୀ ତିଥିକୁ ଭଗବାନ ବିଷ୍ଣୁଙ୍କ ଆରଧନା ଭାବେ ବିବେଚନା କରାଯାଏ। ଏକାଦଶୀ ବ୍ରତ ପାଳନ କରିବା ସହ ଭଗବାନ ବିଷ୍ଣୁଙ୍କ ବିଧିବିଧାନ ଅନୁସାରେ ପୂଜା କଲେ ମନକୁ ଶାନ୍ତି ମିଳିବା ସହ ଘରେ ସୁଖ ଓ ସମୃଦ୍ଧି ରହିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ବର୍ଷକୁ ମୋଟ ୨୪ଟି ଏକାଦଶୀ ପଡ଼ିଥାଏ। ସେପ୍ଟେମ୍ବର ୨୦୨୬ର ପ୍ରଥମ ଏକାଦଶୀ ହେଉଛି ଅଜା ଏକାଦଶୀ (କାଳୀୟଦଳନ ଏକାଦଶୀ)। ତେବେ ଏହାର ତାରିଖକୁ ନେଇ ଦ୍ୱନ୍ଦ୍ୱ ରହିଛି।

    ୬ ନା ୭ ସେପ୍ଟେମ୍ବର?

    ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି ସେପ୍ଟେମ୍ବର ୬ ସନ୍ଧ୍ୟା ୭ଟା ୩୦ରୁ ସେପ୍ଟେମ୍ବର ୭ ସନ୍ଧ୍ୟା ୫ଟା ୫ମିନିଟ୍ ପର୍ଯ୍ୟନ୍ତ ରହିବ। ବ୍ରତ ପାଇଁ ଉଦୟା ତିଥିକୁ ଗୁରୁତ୍ୱ ଦିଆଯାଉଥିବାରୁ ସେପ୍ଟେମ୍ବର ୭ ସୋମବାର ଅଜା ଏକାଦଶୀ ବ୍ରତ ପାଳନ କରାଯିବ।

    ଏକାଦଶୀ ବ୍ରତର ପାରଣ ୨୦୨୬ ସେପ୍ଟେମ୍ବର ୮ରେ କରାଯିବ। ପଞ୍ଚାଙ୍ଗ ଅନୁସାରେ ପାରଣ ପାଇଁ ସକାଳ ୬ଟା ୨ମିନିଟ୍‌ରୁ ୮ଟା ୩୩ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ରହିବ। ଏହି ସମୟ ମଧ୍ୟରେ ସ୍ନାନ ଓ ପୂଜା ପରେ ବ୍ରତ ଭଙ୍ଗି ପାରିବେ ଭକ୍ତ।

    ଅଜା ଏକାଦଶୀରେ ଶୁଭ ଯୋଗ

    ଚଳିତ ଅଜା ଏକାଦଶୀ ଦିନ ଅନେକ ଶୁଭ ଯୋଗ ରହିବ। ସକାଳେ ପୁନର୍ବସୁ ଓ ପୁଷ୍ୟ ନକ୍ଷତ୍ରର ସଂଯୋଗ ରହିବ। ଏହାସହ ବରୀୟାନ ଓ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହିବ। ଧାର୍ମିକ ଦୃଷ୍ଟିରୁ ଏହି ଯୋଗଗୁଡ଼ିକୁ ଶୁଭ ବୋଲି ବିବେଚନା କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    81 %
    1.5kmh
    48 %
    Mon
    24 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ