Tuesday, September 29, 2026
30.1 C
Odisha

    ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ବ୍ରହ୍ମପୁରା ଟ୍ରଷ୍ଟ ପଣ୍ଡିତ ମହାସଭାରେ ଶୁଭ ଲଗ୍ନ ନିର୍ଘଣ୍ଟ

    ଆଗକୁ ପଢନ୍ତୁ

    ସମ୍ବଲପୁର :  ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ  ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ନବାନ୍ନ ଲାଗି ହେବ ।  ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବ୍ରହ୍ମପୁରା ଟ୍ରଷ୍ଟ ପଣ୍ଡିତ ମହାସଭାରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ବ୍ରାହ୍ମପୁରା ମନ୍ଦିର ଠାରେ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି । ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକ ନୂଆ ଖାଇବେ।  ଝାଡୁଆପଡ଼ା ର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୁର୍ବକ ମା’ ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଛନ୍ତି  l  ଚଳିତ ବର୍ଷ ନୁଆଁଖାଇ ଲଗ୍ନ ମାଁ ସମଲେଶ୍ୱରୀଙ୍କୁ ଜଣାଯିବ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ