Saturday, September 5, 2026
26 C
Odisha

    ବ୍ୟାଗ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଛାରଖାର ୩ଟି ସେଡ୍

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବ୍ୟାଗ୍ କାରଖାନାରେ ରାତି ଅଧରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ କାରଖାନାର ତିନୋଟି ବଡ଼ ସେଡ୍ ଜଳିଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି ।

    ସୂଚନାନୁଯାୟୀ, ଘଟଣାଟି ଗାଜିଆବାଦର ଟେକ୍ନୋ ସିଟି ଶିଳ୍ପାଞ୍ଚଳରେ ଥିବା ଆର୍ ଆଣ୍ଡ୍ ଆର୍ ଇଙ୍କ୍ କର୍ପୋରେସନ୍ର ବ୍ୟାଗ୍ ଫ୍ୟାକ୍ଟ୍ରିରେ ଘଟିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଟେକ୍ନୋ ସିଟି ଫାୟାର୍ ଷ୍ଟେସନ୍ରୁ ପ୍ରଥମେ ଚାରିଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା । କିନ୍ତୁ ନିଆଁ ଧୀରେ ଧୀରେ ଭୟଙ୍କର ରୂପ ନେବାରୁ ସୂଚନା ପାଇ ଦମକଳ ଗାଡ଼ି ପହଞ୍ଚିଥିଲା ।

    ମୋଟ ୧୨ଟି ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । କାରଖାନା ଭିତରେ ଥିବା ତିନୋଟି ସେଡ୍ରେ ନିଆଁ ବ୍ୟାପିଯାଇଥିବାରୁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଭିତରକୁ ପାଣି ପହଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା । ତେଣୁ ପ୍ରାୟ ୮ରୁ ୧୦ଟି ପାଣି ପାଇପ୍ ଲାଇନ୍ ମାଧ୍ୟମରେ ବିଭିନ୍ନ ଦିଗରୁ ନିଆଁ ଉପରେ ପାଣି ସ୍ପ୍ରେ କରାଯାଇଥିଲା ।

    ହେଲେ ପରିସ୍ଥିତି ଅଧିକ ଜଟିଳ ହେବାରୁ ଶେଷରେ JCB ମେସିନ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲା । JCB ସାହାଯ୍ୟରେ କାରଖାନାର ଏକ କାନ୍ଥର ଅଂଶ ହଟାଯାଇଥିଲା । ଅନେକ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିବାର ପ୍ରୟାସ ଜୋରଦାର କରାଯାଇଥିଲା ।  ପ୍ରାୟ ଚାରି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ରାତି ପ୍ରାୟ ୨ଟା ସୁଦ୍ଧା ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ତେବେ ସେଡ୍ର ଭଗ୍ନାବଶେଷ ତଳେ ତାପ ରହିଥିବାରୁ ଅଗ୍ନିଶମ କର୍ମଚାରୀମାନେ କୁଲିଂ ଅପରେସନ୍ ଜାରି ରଖିଥିଲେ, ଯାହାଦ୍ୱାରା ପୁଣି ନିଆଁ ନଲାଗେ । ଏଥିସହ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ସେନେଇ ତଦନ୍ତ ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26 ° C
    26 °
    26 °
    86 %
    1.4kmh
    12 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ