Tuesday, July 21, 2026
23.8 C
Odisha

    ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ଦେଇ ଫସିଲେ ୩୦୦ ଆଶାୟୀ, ତଦନ୍ତ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ଝାରସୁଗୁଡା : କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି । ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ଟଙ୍କା ଦେଲେ ସାର୍ଟିଫିକେଟ ମିଳିବ କହି ଠକୁଥିଲେ । ସମ୍ବଲପୁରରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଓ ରୀମା ଦାସ ଗିରଫ ହେବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି ।

    ଚିତ୍ତରଞ୍ଜନ ଓ ରୀମା ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ ସାର୍ଟିଫିକେଟ କରାଇ ଦେବାକୁ କହି ବୁର୍ଲାରେ ‘ୱାନ ୱାର୍ଲଡ ଏକାଡେମୀ’ ନାମକ ସଂସ୍ଥା ଖୋଲିଥିଲେ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଏବଂ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରିଥିଲେ ।

    ଟଙ୍କା ନେବା ପରେ ସାର୍ଟିଫିକେଟ ନ ଦେଇ ଠକି ଚାଲିଥିଲେ । ଫଳରେ କିଛି ଛାତ୍ରଛାତ୍ରୀ ସଂଦେହ କରିଥିଲେ । ଝାରସୁଗୁଡ଼ା ସାଇବର ଥାନାରେ ଜଣେ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ଠକେଇ। ପଶ୍ଚିମ ଓଡ଼ିଶାର ୩୦୦ରୁ ଅଧିକ ଏହି ଠକାମୀ ଜାଲରେ ଫସି ଯାଇଛନ୍ତି । ରାଜ୍ୟର ଆଉ କେଉଁ କେଉଁ ଜିଲ୍ଲାକୁ ଏହାର ଚେର ଲମ୍ବିଛି ସେ ନେଇ ତଦନ୍ତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ