ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଅନଲାଇନ୍ ପଞ୍ଜୀକରଣ ପାଇଁ ଏବେ ଲୋକମାନଙ୍କୁ ଶୁଳ୍କ ଦେବାକୁ ପଡିବ । ଶୁଳ୍କ ଚୂଡ଼ାନ୍ତ କରିବା ପାଇଁ ଗଡ଼ୱାଲ ଡିଭିଜନର ଅତିରିକ୍ତ କମିଶନରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଅଧିକ ବିବରଣୀ ଦେବାକୁ ଯାଇ ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ, ଚାରିଧାମ ଯାତ୍ରା ପାଇଁ ଫର୍ଜରୀ ରେଜିଷ୍ଟ୍ରେସନ୍ ରୋକବା ପାଇଁ ସର୍ବନିମ୍ନ ୧୦ ଟଙ୍କା ଶୁଳ୍କ ନିଆଯିବା ଉଚିତ୍ । ଉତ୍ତରାଖଣ୍ଡରେ ଅନେକ ବିଶ୍ବ ପ୍ରସିଦ୍ଧ ମନ୍ଦିର ଥିବାରୁ ବର୍ଷସାରା ଭକ୍ତମାନଙ୍କର ଭିଡ଼ ଜମିଥାଏ ।
ଚାରିଧାମ ଯାତ୍ରାରେ ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ବୁଝାଏ । ଏହି ପ୍ରସିଦ୍ଧ ମନ୍ଦିରଗୁଡିକ ପ୍ରତିବର୍ଷରେ ୬ ମାସ ପାଇଁ ବନ୍ଦ ରହିଥାଏ । ଗ୍ରୀଷ୍ମ ଋତୁରେ ଖୋଲିଥାଏ ଏବଂ ଶୀତ ଋତୁରେ ଆରମ୍ଭ ହେବା ସହିତ ବନ୍ଦ ହୋଇଥାଏ । ଏହି ଯାତ୍ରା ଯମୁନୋତ୍ରୀରୁ ଆରମ୍ଭ ହୋଇ ଗଙ୍ଗୋତ୍ରୀ ପର୍ଯ୍ୟନ୍ତ ଚାଲିଥାଏ । କେଦାରନାଥ ଦେଇ ଗତି କରିଥାଏ ଏବଂ ଶେଷରେ ବଦ୍ରିନାଥରେ ଶେଷ ହୋଇଥାଏ । ଏହି ଯାତ୍ରା ସଡ଼କ କିମ୍ବା ବିମାନ ଦ୍ବାରା ଶେଷ ହୋଇପାରିବ ।
ଉତ୍ତରକାଶୀ ଜିଲ୍ଲାରେ ଗଙ୍ଗୋତ୍ରୀ ମଧ୍ୟ ଅବସ୍ଥିତ । ଯାହା ଦେବୀ ଗଙ୍ଗାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ସମସ୍ତ ଭାରତୀୟ ନଦୀ ମଧ୍ୟରୁ ଏହା ପବିତ୍ର । ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଅବସ୍ଥିତ । ଯାହା ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ । ପବିତ୍ର ବଦ୍ରିନାରାୟଣ ମନ୍ଦିର ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ।

