Tuesday, April 7, 2026
31.9 C
Odisha

    ଚାଷୀ ଝଡରେ ଆଜି ବି ଧୋଇଗଲା ବିଧାନସଭା, ଚାଲିପାରିଲା ନାହିଁ ଗୃହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚାଷୀ ଝଡରେ ଆଜି ବି ଧୋଇଗଲା ବିଧାନସଭା ।  ଚାଲିପାରିଲା ନାହିଁ ଗୃହ ।  ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ବ୍ୟାନର ଓ ପ୍ଲାକାର୍ଡ ଧରି ଆସି ସରକାରୀଙ୍କ ବିରୋଧରେ ନାରାବାଜି କରିଥିଲେ ।  କଟନି ଛଟନି ବନ୍ଦ କରିବା, ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ଚାଷୀଙ୍କୁ ଦେବା, ସବସିଡ ପାଇଁ ୧୫୦ କୁଇଣ୍ଟାଲ ସୀମା ଉଠାଇବା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜବାବ ମାଗୁଛନ୍ତି ବିରୋଧୀ ।

    କିନ୍ତୁ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ନା ଉପ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କେହି ଗୃହରେ ଉତ୍ତର ରଖୁନାହାନ୍ତି ।  ସରକାର ଆଲୋଚନାକୁ ଆସୁନାହାନ୍ତି ଫଳରେ ଗୃହ ସ୍ବାଭାବିକ ହୋଇପାରୁନାହି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।  ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ।  କିନ୍ତୁ ଆଲୋଚନାକୁ ବିରୋଧୀ ଆସୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।  ଗତ ୪ ଦିନ ହେବ ଝାଷୀ ଝଡରେ ବିଧାନସଭା ଅଚଳ ହୋଇପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ