Thursday, March 12, 2026
22 C
Odisha

    ଚାଷୀ ଭାଇ-ଭଉଣୀ ସେମାନଙ୍କ କଠୋର ପରିଶ୍ରମର ମୂଲ୍ୟ ଓ ସମ୍ମାନ ପାଇଛନ୍ତି’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶ୍ରତି ଥିଲା ରାଜ୍ୟର ଲକ୍ଷଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ଆଉ ଆଜି ଆମେ ସେହି ଲକ୍ଷ୍ୟ ପୁରାଣ କରିଛୁ। ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ମଙ୍ଗଳବାର ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡ଼ିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ଏଠାରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ଏବଂ ଜିଲ୍ଲାର ବିକାଶ ବି ତିନିଗୁଣ ବେଗରେ ଚାଲୁଛି ଓ ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମ ଦେଶ ତା’ର ଅନନ୍ୟ କୃଷି ପ୍ରଣାଳୀ ପାଇଁ ସାରା ବିଶ୍ଵରେ ପ୍ରଶଂସିତ। ଆମ ରାଜ୍ୟର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଏବଂ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ। ମେ ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସେ ବାବଦକୁ ଡ଼ିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛିl ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆମ ଦେଶର କୃଷକ ସମାଜକୁ ବହୁ ସମ୍ମାନ ଦିଅନ୍ତି। ସେମାନଙ୍କୁ ଅନ୍ନଦାତା ଭାବେ ସମ୍ବୋଧନ କରନ୍ତି। ସମସ୍ତଙ୍କୁ କୃଷି କ୍ଷେତ୍ରରେ ନିଜ ନିଜର ଅବଦାନ ଦେଇ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ସେ ଆହ୍ଵାନ ଦେଇଛନ୍ତି। ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ। ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ।
    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟପ୍ରଣାଳୀର ବିବରଣୀ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛିl ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛିl ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛିl

    ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛିl ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି। ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ଵରୂପ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛିl ଏହା ସହିତ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛିl ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ