Thursday, April 2, 2026
25.4 C
Odisha

    ଚାହା ସହ ଭୁଲରେ ଖାଆନ୍ତୁ ଏହି ଜିନିଷ

    ଆଗକୁ ପଢନ୍ତୁ

    ଚାହା ଶରୀର ପ୍ରତି ହାନିକାରକ ହୋଇଥାଏ। ଭାରତରେ ଲୋକେ ଅନେକ ମାତ୍ରାରେ ଚାହା ପିଅନ୍ତି ଏବଂ ଏଥିସହ କିଛି ନା କିଛି ଖାଆନ୍ତି ମଧ୍ୟ। ଚାହା ପିଇବାର ଏହି ଉପାୟ ଅଧିକ ହାନିକାରକ ହୋଇଥାଏ।ସଂଧ୍ୟାରେ ଚାହା ସହ ପକୁଡି ଏବଂ ସକାଳ ଚାହା ସହ ବିସ୍କୁଟ ଖାଇବାର ପରମ୍ପରା ସାଧାରଣ ଅଟେ। ଆସନ୍ତୁ ଏହି ରିପୋର୍ଟରେ ଜାଣିବା କେଉଁ ଜିନିଷ ସହ ଚାହା ନ ପିଇବା ଆବଶ୍ୟକ।

    ଖଟା ଫଳ: ଚାହା ସହ ଫଳ, ଖାସକରି ଖଟା ଫଳ ନ ଖାଇବା ଆବଶ୍ୟକ। ଏହା ଚାହା ସହ ମିଶି ଓଲଟା ରିଆକ୍ଟ କରିଥାଏ। ଚାହାରେ ଥିବା ଟେନିନ ଫଳ ସହ ମିଶି ପାଚନ ଶକ୍ତିକୁ କମଜୋର କରିପାରେ। ଯାହାକି ପେଟ ସମସ୍ୟାମାନ ଲାଗିରହିଥାଏ।

    ଦୁଗ୍ଧ ଜାତୀୟ ଖାଦ୍ୟ: ଚାହା କ୍ଷୀରରେ ତିଆରି ହୁଏ ସତ୍ୟ କିନ୍ତୁ ଏଥିରେ ଦୁଗ୍ଧ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଯେପରିକି ପନୀର, ଦହି ବା ଏଥିରେ ମିଠା ସେବନ କରିବା କଥା ନୁହେଁ। ଦୁଗ୍ଧ ଜାତୀୟ ଜିନିଷ, ଚାହା ସହ ମିଶାଇ ପେଟ ପାଚନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ। ଏଥିରେ ପେଟ ଫୁଲିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ।

    ଛଣା ଜିନିଷ : ତେଲ ପାଇଁ ଶରୀରରେ କୋଲେକଷ୍ଟ୍ରଲ ପରିମାଣ ବଢିଯାଇଥାଏ, ଏବଂ ଏଥିରେ ହୃଦୟ ସମ୍ବନ୍ଧୀୟ ରୋଗର ସମ୍ଭାବନା ମଧ୍ୟ ବଢିଯାଇଥାଏ। ଚାହା ସହ ପକୁଡି ଏବଂ ସିଙ୍ଗଡା ଖାଇବା ସାଧାରଣ କଥା ଅଟେ, ହେଲେ ଏହି ଫାଲତୁ କମ୍ବିନେସନ ଏସିଡିଟୀ ଏବଂ ପେଟ ଫୁଲିବାର ସମସ୍ୟାକୁ ବଢାଇପାରେ।

    ମସଲା ଯୁକ୍ତ ଖାଦ୍ୟ: ଚାଟ ଏବଂ ସ୍ନାକ୍ସ ଆଇଟମରେ ତେଲ ଏବଂ ମସଲା ରହିଥାଏ। ଯାହାକୁ ଆପଣ ଖାଇବା ଦ୍ୱାରା ହାନିକାରକ ହୋଇପାରେ। ଚାହା ଏବଂ ମସଲାର କମ୍ବୋ ପାଚନ ସମସ୍ୟାକୁ ବଢାଇଦିଏ। ଚାହା ଆମକୁ ରିଲାକ୍ସ କରିବାରେ ସାହାଯ୍ୟ କରେ, ସେହିପରି ମସଲାଦାର ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ମନ ଖରାପ ହୋଇପାରେ।

    ସୁଗାର ପ୍ରଡକ୍ଟ: ଚାହା ସହ ଆପଣ ଯଦି ଅଧିକ ମିଠା ଜିନିଷ ଯେପରିକି କେକ, ପେଷ୍ଟ୍ରୀ ବା କ୍ଷୀର ଖାଇବେ ତେବେ ସୁଗାରର ମାତ୍ରା ଏକଦମ ବଢିଯିବ। କ୍ଷୀର ଏବଂ ଚିନିର ଅଧିକ ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଏଥିରେ ଶରୀରରେ ଶକ୍ତି କମିଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ