Friday, April 3, 2026
36.1 C
Odisha

    ଚାହୁଁ ଚାହୁଁ ସବୁ ପଇସା କାଟିନେଲା ସାଇବର ଚୋର, ଟଙ୍କା ହରାଇ ମୁଣ୍ଡରେ ହାତ ଦେଲେ ଶିକ୍ଷକ

    ଆଗକୁ ପଢନ୍ତୁ

    ଜଳେଶ୍ବର : ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ଟଙ୍କା । ଗୋଟେ ମିନିଟରେ ଗୋଟେ ଟ୍ରାନାଜାକସନ୍ । କିଛି କରିବା ପୂର୍ବରୁ ସବୁ ପଇସା ଚାଲିଗଲା ଆକାଉଣ୍ଟ ହେଇଗଲା ଖାଲି । ହଁ ଆଜ୍ଞା ଏପରି ହୋଇଛି ଜଣେ ସରକାରି ଶିକ୍ଷକଙ୍କ ସହ । ନିଜ କଷ୍ଟ ଉପାର୍ଜିତ ଟଙ୍କା ଚାଲିଯାଇଛି ସାଇବରା ଚୋର ପାଖକୁ । ଝିଅ ବାହାଘର ପାଇଁ ଜମା କରିଥିଲେ ପୁଞ୍ଜି ହେଲେ ଏବେ ସବୁକିଛି ହରାଇ ହେଇଗଲେ ସର୍ବହରା । ମୋବାଇଲ ତାଙ୍କ ହାତରେ ଥିଲା ହେଲେ ଅପରେଟ୍ କରୁଥିଲା ସାଇବର ଠକ । ଏମିତି ଭାବେ ଶିକ୍ଷକ ଫୋନକୁ ଅକ୍ତିଆର କରି ଲକ୍ଷାଧିକ ଉଠାଇନେଲା ଚୋର ।

    ଶିକ୍ଷକଙ୍କ ମୋବାଇଲ୍ ହ୍ଯାକ କରି ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଲେ ସାଇବର ଅପରାଧୀ । ହଠାତ ମୋବାଇଲକୁ ଆସିଲା ଏକାଧିକ ଓଟିପି ଆଉ ଆକାଉଣ୍ଟରୁ କଟି ଗଲା ଟଙ୍କା । ତେବେ ଶିକ୍ଷକ ଜଣକ ନିଜ ମୋବାଇଲରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ପଇଁ ବ୍ଯବହାର ହେଉଥିବା ୟୁନିଫାଏଡ ଅଟୋମେସନ ସିଷ୍ଟମ ( ୟୁଏଏସ ) ଆପ୍ ଅପଲୋଡ୍ କରିଥିବାରୁ ଏଭଳି ସାଇବର ଠକେଇ ରେ ଶିକାର ହୋଇଥିବା ସନ୍ଦେହ ପ୍ରକଟ କରିଛନ୍ତି । ଯାହାକୁ ନେଇ ଠକେଇରେ ଶିକାର ହୋଇଥିବା ଶିକ୍ଷକ ବାଲେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ବ୍ଯାଙ୍କ ଏବଂ ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

    ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଇଟାପଟୁଆ ଗ୍ରାମର ସୁବାଷ ଚନ୍ଦ୍ର ରାଉତ ମହାବଳା ସରକାରୀ ପ୍ରାଥମିକ ବିଦ୍ଯାଳୟ ରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ଯ କରନ୍ତି, ଗତ ୩୧ ତାରିଖ ସଂଧ୍ଯା ରେ ସୁବାଷ ଙ୍କ ମୋବାଇଲ କୁ ଲଗାତାର ଭାବରେ କିଛି ଓଟିପି ଆସିଥିଲା । ଏହା ପରେ ହଠାତ ତାଙ୍କ ମୋବାଇଲ ଟି ହ୍ଯାକ୍ ହୋଇଯାଇ ଥିଲା । ଏହା ପରେ ସେ ବ୍ଯାଙ୍କକୁ ଯାଇ ଆକାଉଣ୍ଟ ଯାଞ୍ଚ କରିବାରୁ ଦରମା ଖାତା ରୁ ୨ ଲକ୍ଷ ୭୮ ହଜାର ଟଙ୍କା କଟି ଯାଇଥିବା ଜାଣିବାକୁ ପାଇ ଥିଲେ । ସେ ସେହି ୩୧ ତାରିଖ ଦିନ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ପାଇଁ ମୋବାଇଲରେ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଆପ୍ ଅପଲୋଡ୍ କରିଥିବାରୁ ଏଭଳି ଠକେଇ ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

    ତେବେ ୟୁନିଫାଏଡ ଅଟୋମେଶନ ସିଷ୍ଟମ କୁ କାର୍ଯ୍ଯକାରୀ କରିବା ପାଂଇ ଓଡିଶା ବିଦ୍ଯାଳୟ ଶିକ୍ଷା କାର୍ଯ୍ଯକ୍ରମ ( ଓସେପା ) ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଏହାକୁ ଶତ ପ୍ରତିଶତ କାର୍ଯ୍ଯକାରୀ କରିବା ପାଂଇ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ କୁହା ଯାଇଛି । ଏଥିରେ ବ୍ଯତିକ୍ରମ ଘଟିଲେ ଦରମା ବନ୍ଦ ପାଂଇ ମଧ୍ଯ ଚିଠି କରା ଯାଇଛି ।ତେବେ ଶିକ୍ଷକ ଙ୍କ ଅଭିଯୋଗ ମୂଳେ ବାଲେଶ୍ବର ସାଇବର ଥାନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ