Tuesday, December 9, 2025
19.8 C
Odisha

    ଚା’ ସହିତ ବିସ୍କୁଟ ବୁଡାଇ ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ !

    ଆଗକୁ ପଢନ୍ତୁ

     

    ଯଦି ଆପଣ ମଧ୍ୟ ଚା ଏବଂ ବିସ୍କୁଟ ଏକାଠି ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ବିସ୍କୁଟରେ ପ୍ରଚୁର ପରିମାଣରେ ରିଫାଇନ୍ଡ ମଇଦା, ଖରାପ ଫ୍ୟାଟ ଏବଂ ଚିନି ରହିବା ସହ ଚା’ରେ ମଧ୍ୟ କଫିନ୍ ଏବଂ ଚିନି ଥାଏ । ତେଣୁ ଯଦି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଆନ୍ତି ତେବେ ଏହାଦ୍ୱାରା ଆପଣ ମୋଟା ହୋଇପାରନ୍ତି । ଆଜି ଆମେ ଆପଣଙ୍କୁ ଚା ଓ ବିସ୍କୁଟର କ୍ଷତିକାରକ ଗୁଣ ବିଷୟରେ ଜଣାଇବୁ ।

    ଚା ଓ ବିସ୍କୁଟ ଖାଇବା ଦ୍ୱାରା ଦେଖାଦେଇପାରେ ଏହି ସମସ୍ୟା:

    ଏସିଡିଟି ଓ ବ୍ଲୋଟିଂ: ଚା ଓ ବିସ୍କୁଟର ମିଶ୍ରଣ ପେଟ ପାଇଁ ମଧ୍ୟ ଭଲ ନୁହେଁ । ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ ବ୍ଲୋଟିଂ ହୋଇଥାଏ । କାରଣ ଏଥିରେ ଥିବା ରିଫାଇନ୍ଡ ମଇଦା, ଚିନି ଓ ଫ୍ୟାଟ ଶୀଘ୍ର ହଜମ ହଜମ ହୁଏ ନାହିଁ ଏବଂ ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

    ସୁଗାର ଲେବଲ ବୃଦ୍ଧି କରେ: ଚା’ରେ କଫିନ୍ ଏବଂ ଚିନି ଥାଏ । ଏଥି ସହିତ ବିସ୍କୁଟରେ ପ୍ରଚୁର ପରିମାଣରେ ରିଫାଇନ୍ଡ ମଇଦା, ଖରାପ ଫ୍ୟାଟ ଏବଂ ଚିନି ରହିଥାଏ । ଏହାକୁ ଖାଇବା ଦ୍ୱାରା ହଠାତ୍ ସୁଗାର ଲେବଲ ବଢିଯାଏ । ସେଥିପାଇଁ ଡାଇବେଟିସ୍ ଓ ଥାଏରୟଡ ରୋଗୀ ଚା’ ବିସ୍କୁଟ ଖାଇବା ଆଦୌ ଉଚିତ ନୁହେଁ ।

    ମୋଟାପଣ: ଚା-ବିସ୍କୁଟ ଖାଇବା ଦ୍ୱାରା ମଧ୍ୟ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ଦେଇନଥାଏ କିନ୍ତୁ ଚର୍ବି ଜମା କରିଥାଏ । ଏହା ମେଟାବୋଲିଜିମ୍ କୁ ମଧ୍ୟ ସ୍ଲୋ କରିଦେଇଥାଏ, ଯାହା ଓଜନ ବୃଦ୍ଧି କରିଥାଏ । ଚା’ ଏବଂ ବିସ୍କୁଟ ଉଭୟରେ ସୁଗାର ରହିବା କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍‌ କରିଥାଏ ।

    ଚା’ ସହିତ କ’ଣ ଖାଇବେ?

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ଚା ସହିତ କିଛି ଖାଇବାକୁ ଚାହୁଁଛନ୍ତି, ତେବେ ମଖାନା ହେଉଛି ସର୍ବୋତ୍ତମ ବିକଳ୍ପ । ଏହା ବ୍ୟତୀତ ଆପଣ ଭଜା ବୁଟ, ଚିନାବାଦାମ କିମ୍ବା ଘରେ ପ୍ରସ୍ତୁତ କୌଣସି ସ୍ୱାସ୍ଥ୍ୟକର ଜଳଖିଆ ଖାଇପାରିବେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ