Sunday, July 13, 2025
31.5 C
Odisha

ଚିକେନ୍ ନ ଖାଇବାକୁ ଭୁବନେଶ୍ୱର ମେୟରଙ୍କ ଅନୁରୋଧ

ଆଗକୁ ପଢନ୍ତୁ

ଭୁବନେଶ୍ୱର: ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀବାସୀଙ୍କୁ ଚିକେନ୍ ନ ଖାଇବାକୁ ମେୟରଙ୍କ ଅନୁରୋଧ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏପରି କହିଚନ୍ତି ମେୟର୍ । ‘କିଛି ଦିନ ରାଜଧାନବାସୀଙ୍କୁ ଚିକେନ୍ ନ ଖାଇବାକୁ ଅନୁରୋଧ କରୁଛି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଅନୁରୋଧ କରାଯାଇଛି । ସେପଟେ ମଣିଷଙ୍କୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ ହୋଇନି ବୋଲି ଗତ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି । ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଛି । ଏଥିସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
31.5 ° C
31.5 °
31.5 °
60 %
2.3kmh
99 %
Sun
31 °
Mon
26 °
Tue
27 °
Wed
33 °
Thu
31 °

ସମ୍ବନ୍ଧିତ