Monday, May 25, 2026
40.4 C
Odisha

    ଚିତ୍ରାମୁଣ୍ଡା ଗାଁରେ ହତ୍ୟା ଘଟଣାର ପର୍ଦ୍ଦାଫାସ: ପ୍ରେମ ନିବେଦନ କରି ଫେଲ ମାରିବାରୁ ଭାଇ ବୋହୂକୁ ହତ୍ୟା କରିଥିଲା ଦେଢ଼ଶୁର

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି  : ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁରେ ହତ୍ୟା ଘଟଣାର ପର୍ଦ୍ଦଫାସ । ପ୍ରେମ ନିବେଦନ କରି ଫେଲ ମାରିବାରୁ ଭାଇ ବୋହୂକୁ ହତ୍ୟା କରିଥିଲା ଦେଢ଼ଶୁର । ପ୍ରେସମିଟରେ ସୂଚନା ଦେଲେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରୟଣ ମାରାଣ୍ଡି ।

    ଗତ ୨ ତାରିଖ ଦିନ ବଲାଙ୍ଗୀର ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ରଞ୍ଜିତା ସାହୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ରଞ୍ଜିତାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରିଥିବା ପ୍ରେସମିଟରେ କହିଛି ପୋଲିସ । ଭାଇବୋହୂ ରଞ୍ଜିତାକୁ ପ୍ରେମ ନିବେଦନ କରି ଫେଲ ମାରିବାରୁ ଏଭଳି ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ ଦେଢ଼ଶୁର । ରଞ୍ଜିତାଙ୍କୁ ପ୍ରଥମେ ପଥରରେ ଛେଚିବା ପରେ ଶାଢ଼ୀରେ ମୁହଁକୁ ଚାପି ହତ୍ୟା କରିଥିଲା । ଏହାପରେ ଶବକୁ ପୋତିବାକୁ ଚେଷ୍ଟା କରିଥିଲା ହତ୍ୟାକାରୀ । ହତ୍ୟାକାଣ୍ଡରେ ବ୍ୟବହୃତ ପଥରକୁ ଜବତ କରିବା ସହ ଦେଢ଼ଶୁର ଭଜ ସାହୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    19 %
    2.7kmh
    44 %
    Mon
    36 °
    Tue
    45 °
    Wed
    46 °
    Thu
    47 °
    Fri
    45 °

    ସମ୍ବନ୍ଧିତ