Thursday, September 10, 2026
24.5 C
Odisha

    ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ, ଚାପି ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଅନୁଗୁଳ : ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ । ଅନୁଗୋଳ ନିଶା ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ ଘଟିଛି । କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ହିନ୍ଦୋଳନ ମେଡିକାଲକୁ ନିଆଯାଇଥିଲା ।  ତେବେ କଟକ ସ୍ଥାନାନ୍ତର ପୂର୍ବରୁ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

    ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ  ।  ଏହି ଘଟଣା ପରେ ଶ୍ରମିକ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ଉଠିଛି । କିଲନ୍ ରେ କାମ କରିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ସେଥିରେ ଅବହେଳା ହୋଇଥିଲା କି ନାହିଁ । ମୃତ୍ୟୁର ପ୍ରକୃତ କାରଣ କଣ, କେମିତି ଏହି ଅଘଟଣ ଘଟିଲା ଏବଂ ଏଥିପାଇଁ ଦାୟୀ କିଏ ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତର ଆବଶ୍ୟକତା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    26 °
    Fri
    26 °
    Sat
    29 °
    Sun
    27 °
    Mon
    30 °

    ସମ୍ବନ୍ଧିତ