ଖଜୁର : ଚିନି ବଦଳରେ ଖଜୁର ବ୍ୟବହାର କରାଯାଇପାରେ। ଖଜୁରରୁ ମଞ୍ଜି ବାହାର କରି ଗରମ ପାଣିରେ ପ୍ରାୟ ୧୫ ମିନିଟ୍ ଭିଜାଇ ରଖନ୍ତୁ। ଏହାକୁ ପେଷ୍ଟ କରି ମିଠା ଖାଦ୍ୟ, ଚା’ କିମ୍ବା କଫିରେ ମିଶାଇପାରିବେ। ଖଜୁରକୁ ପାଣିରେ ଫୁଟାଇ ଏହାରୁ ସିରପ୍ ମଧ୍ୟ ପ୍ରସ୍ତୁତ କରିହେବ।
ଷ୍ଟେଭିଆ : ଷ୍ଟେଭିଆ ଏକ ପ୍ରାକୃତିକ ମିଠା ଏହାର ମିଠା ସ୍ୱାଦ ଚିନି ତୁଳନାରେ ଅଧିକ ହୋଇଥାଏ। ଷ୍ଟେଭିଆର ପତ୍ର କିମ୍ବା ଏଥିରୁ ପ୍ରସ୍ତୁତ ମିଠା ଚା’ ଓ କଫିରେ ବ୍ୟବହାର କରାଯାଏ।
ମହୁ : ଚିନିର ଅନ୍ୟ ଏକ ବିକଳ୍ପ ହେଉଛି ମହୁ। ଅଳ୍ପ ପରିମାଣର ମହୁରେ ମଧ୍ୟ ମିଠା ସ୍ୱାଦ ମିଳିଥାଏ। ତେବେ ମହୁରେ ଅଧିକ ଶର୍କରା ଥିବାରୁ ଏହାକୁ ମଧ୍ୟମ ପରିମାଣରେ ଖାଇବା ଭଲ।
ଡାଲଚିନି ଓ ପାନମହୁରୀ : ଚା’ କିମ୍ବା କଫିରେ ଚିନି କମାଇବାକୁ ଚାହୁଁଥିଲେ ଡାଲଚିନି ଓ ପାନମହୁରୀ ବ୍ୟବହାର କରିପାରିବେ। ଏଗୁଡ଼ିକ ପାନୀୟର ସ୍ୱାଦ ଓ ସୁଗନ୍ଧ ବଢ଼ାଇଥାଏ।
ଚିନିର ବିକଳ୍ପ ହେଲେ ମଧ୍ୟ ସବୁ ପ୍ରାକୃତିକ ମିଠା କାରକକୁ ଅଧିକ ପରିମାଣରେ ଖାଇବା ଠିକ୍ ନୁହେଁ। ସନ୍ତୁଳିତ ଖାଦ୍ୟ ସହ ଆବଶ୍ୟକତା ଅନୁସାରେ ଏଗୁଡ଼ିକୁ ବ୍ୟବହାର କରିବା ଭଲ।
