Friday, September 20, 2024
24.1 C
Odisha

    ଚି଼ଲ୍ଲୀ ବେବିକର୍ଣ୍ଣ ଖାଇବାକୁ ଚାହୁଁଛନ୍ତି କି?

    ଆଗକୁ ପଢନ୍ତୁ

    ହଠାତ ଆପଣଙ୍କ ଘରକୁ ଗେଷ୍ଟ ପଳେଇ ଆସିଲେ ଆପଣ ଚିନ୍ତାରେ ପଡିଯାନ୍ତି କଣ କରି ନିଜ ଅତିଥି ମାନଙ୍କୁ ଖୁଆଇବେ । ବିଶେଷ ଭାବେ ସ୍ନାକ୍ସ ଆଇଟମକୁ ନେଇ ପ୍ରାୟ ସମସ୍ତେ ଚିନ୍ତାରେ ପଡିଯାନ୍ତି । ଆପଣଙ୍କ ସେହି ଚିନ୍ତାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସରଳ ଓ ସ୍ୱାଦିଷ୍ଟ ରେସିପି । ଯାହାକୁ ପ୍ରସ୍ତୁତ କରିବା ସହଜ ହେବା ସହ ଶୀଘ୍ର ମଧ୍ୟ ହୋଇଥାଏ । ଯାହାକୁ ଖାଇ ଆପଣଙ୍କ ଗେଷ୍ଟ ଆପଣଙ୍କ ହାତର ପ୍ରଶଂସା ନ କରି ରହି ପାରିବେ ନାହିଁ । ତେବେ ଆସନ୍ତୁ ପ୍ରସ୍ତୁତ କରିବା ‘ଚି଼ଲ୍ଲୀ ବେବିକର୍ଣ୍ଣ’ । ତେବେ ଜାଣି ରଖନ୍ତୁ ଏଥିପାଇଁ

    ଆବଶ୍ୟକ ହେଉଥିବା ସାମଗ୍ରୀ:
    ୧.୨୦୦ ଗ୍ରାମ ବେବୀ କର୍ଣ୍ଣ

    ୨. ୨୫ ଗ୍ରାମ ମଇଦା

    ୩.୨୫ ଗ୍ରାମ ଆରାରୁଟ ପାଉଡର

    ୪. ୫୦୦ ଗ୍ରାମ ରିଫାଇନ ତେଲ

    ୫.୨ଟି କଞ୍ଚା ଲଙ୍କା

    ୬. ୧୦୦ ଗ୍ରାମ ସିମ୍ଲା ଲଙ୍କା

    ୭. ୧୦୦ ଗ୍ରାମ ପିଆଜ
    ୮. ୩ ଛୋଟ ଚାମଚ ଟମାଟୋ ସସ

    ୯. ୩ ଛୋଟ ଚାମଚ ଚିଲି ସସ

    ୧୦.ଗୋଟେ ଛୋଟ ଚାମଚ ଅଦା ରସୁଣ ପେଷ୍ଟ

    ୧୧. ଅଧା ଚାମଚ ସୋୟା ସସ

    ୧୨.୨ ଗ୍ରାମ ଚାଇନା ଲୁଣ

    ପ୍ରସ୍ତୁତି ପ୍ରଣାଳୀ:
    ପ୍ରଥମେ ବେବି କର୍ଣ୍ଣକୁ ଛୋଟ ଛୋଟ କାଟି ରଖନ୍ତୁ । ଆରାରୁଟ ପାଉଡର, ମଇଦା, ଲୁଣ ଆଦିକୁ ଏକ ସାଥିରେ ମିଶେଇ ଅଳ୍ପ ପାଣି ଦେଇ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ପିଆଜ, ସିମଲା ଲଙ୍କା, କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ଚୁଲିରେ ଏକ କଡେଇ ବସେଇ ତେଲ ଗରମ କରନ୍ତୁ ସେଥିରେ ବେବି କର୍ଣ୍ଣକୁ ମଇଦା ଘୋଳରେ ବୁଡେଇ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ଏବେ ଆଉ ଏକ କଡେଇ ବସେଇ ସେଥିରେ ଦୁଇ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଅଦା ରସୁଣ ପେଷ୍ଟ ଦେଇ ୪ ରୁ ୫ ମିନିଟ ପାଇଁ ଭଲକି ଫ୍ରାଏ କରି ଦିଅନ୍ତୁ । ଏବେ ପିଆଜ, ସିମଲା ଲଙ୍କା, କଞ୍ଚା ଲଙ୍କା ୫ ରୁ ୭ ମିନିଟ ପାଇଁ ଫ୍ରାଏ କରି ଦିଅନ୍ତୁ | ଏବେ ସେଥିରେ ଦେଢ଼ କପ ପାଣି ଦିଅନ୍ତୁ । ଏବେ ସେଥିରେ ସସ ଓ ଚାଇନା ଲୁଣ ପକାନ୍ତୁ । ଏବେ ସେଥିରେ ପୂର୍ବରୁ ଫ୍ରାଏ ହୋଇଥିବା ବେବି କର୍ଣ୍ଣ ପକେଇ କିଛି ସମୟ ପାଇଁ ଚୁଲିରେ ବସାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ଚି଼ଲ୍ଲୀ ବେବି କର୍ଣ୍ଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ