Monday, May 18, 2026
40.9 C
Odisha

    ଚୀନରେ ଭୟଙ୍କର ଭୂମିକମ୍ପ, ଭାଙ୍ଗିଲା ଅନେକ ବିଲିଡିଂ, ଅନେକ ଫସିଥିବା ଆଶଙ୍କା

    ଆଗକୁ ପଢନ୍ତୁ

    ଚୀନ : ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରବିବାର ରାତି ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଲିଉଝୋର ଲିଉନାନ ଥିଲା । ଭୂକମ୍ପର ତୀବ୍ରତା ୫.୨ ବୋଲି ରିପୋର୍ଟ କରିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୮ କିଲୋମିଟର ଗଭୀରତା ଥିଲା ବୋଲି ଅନୁମାନ କରାଯାଉଛି । ମଧ୍ୟରାତ୍ରିରେ ହୋଇଥିବା ଭୂମିକମ୍ପରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବାବେଳେ ଲୋକମାନେ ଭଗ୍ନାବଶେଷରେ ଫସି ରହିଛନ୍ତି । ଭୂକମ୍ପରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ଭଗ୍ନାବଶେଷ ତଳୁ ଜୀବନ ଖୋଜା ଜାରି ରହିଛି ।

    ବିଳମ୍ବିତ ରାତିରେ ଲୋକମାନେ ଶୋଇଥିବା ସମୟରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଅଞ୍ଚଳଟି ଚୀନ୍ର ଗୁଆଙ୍ଗସି ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ୪ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି । ସମଗ୍ର ଅଞ୍ଚଳରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ୧୩ରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଥିଲା । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ । ଲୋକେ ରାତିରେ ଶୋଇଥିବା ସମୟରେ ଭମିକମ୍ପ ହେବାରୁ କ୍ଷୟକ୍ଷତି ଅଧିକ ହୋଇଥିବା କୁହାଯାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ପ୍ରାୟ ୭,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

    ଭୂମିକମ୍ପ ହଂକଂ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ହଂକଂ ଅବଜରଭେଟୋରୀକୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ରିପୋର୍ଟ ମିଳିଛି। ସେମାନେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିବା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.9 ° C
    40.9 °
    40.9 °
    20 %
    1.2kmh
    83 %
    Mon
    43 °
    Tue
    43 °
    Wed
    46 °
    Thu
    45 °
    Fri
    45 °

    ସମ୍ବନ୍ଧିତ