Wednesday, October 7, 2026
31.4 C
Odisha

    ସ୍ବିଡେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ କ୍ରମରେ ଗତକାଲି ସ୍ବିଡେନ ଗସ୍ତ କରିଛନ୍ତି। ମୋଦୀ ସ୍ୱିଡେନର ଗୋଥେନବର୍ଗ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ବିମାନବନ୍ଦରରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦର ବାହାରେ ମଧ୍ୟ ମୋଦୀଙ୍କ ଭାରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୋଦୀଙ୍କ ବିମାନ ସ୍ୱିଡେନ ଆକାଶମାର୍ଗରେ ପ୍ରବେଶ କରିବା ସମୟରେ ସ୍ୱିଡେନ ବାୟୁସେନାର ‘ଗ୍ରିପେନ୍’ ଯୁଦ୍ଧବିମାନ ଗୁଡ଼ିକ ତାଙ୍କୁ ଏସକର୍ଟ କରି ବିମାନବନ୍ଦର ପର୍ଯ୍ୟନ୍ତ ଆଣିଥିଲେ। ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବିଡେନର ‘ରୟାଲ ଅର୍ଡର ଅଫ୍ ପୋଲାର, ଷ୍ଟାର କମାଣ୍ଡର ଗ୍ରାଣ୍ଡ କ୍ରସ୍‌’ ପ୍ରଦାନ କରାଯାଇଛି। ଏହି ଗସ୍ତ କାଳରେ ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଗ୍ରୀନ୍ ଆଲାଇନ୍ସ (ମେଣ୍ଟ), ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହେବ।

    ଏହା ପୂର୍ବରୁ ଶନିବାର ଓ ରବିବାର ମୋଦୀ ନେଦରଲାଣ୍ଡସ୍‌ ଗସ୍ତ କରିଥିଲେ। ନେଦରଲାଣ୍ଡସ୍ ଗସ୍ତ କାଳରେ ମୋଦୀ ତାଙ୍କ ନେଦରଲାଣ୍ଡସ୍ ପ୍ରତିପକ୍ଷ ରବ ଜେଟେନଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବା ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ, ସାଇବର ସୁରକ୍ଷା, ସେମିକଣ୍ଡକ୍ଟର, ମହାକାଶ, ଏଆଇ, ବିଜ୍ଞାନ ତଥା ନବସୃଜନ, ସ୍ଥାୟିତ୍ୱ, ସ୍ୱାସ୍ଥ୍ୟ, କୃଷି ଏବଂ ଖାଦ୍ୟ ବ୍ୟବସ୍ଥା, ଜଳ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପରିବର୍ତ୍ତନ, ପରିବହନ, ସାମୁଦ୍ରିକ ବିକାଶ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କ ଭଳି କ୍ଷେତ୍ରରେ ବୁଝାମଣା କରିଛନ୍ତି। ଦୁଇ ପ୍ରଧାନମନ୍ତ୍ରୀ ଜୈବ-ଅର୍ଥନୀତି ଉପରେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ