Thursday, April 9, 2026
27.5 C
Odisha

    ଚୀନ ଯାଉଥିବା ରୁଷ୍‌ ତୈଳ ଟ୍ୟାଙ୍କର ଭାରତକୁ ମୁହାଁଇଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚୀନ ଅଭିମୁଖେ ଯାତ୍ରା କରୁଥିବା ରୁଷ୍‌ର ଏକ ତୈଳ ବୋଝେଇ ଦକ୍ଷିଣ ଚୀନ ସାଗରରେ ହଠାତ୍‌ ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ମୁହାଁଇଥିବା ଜଣାପଡିଛି। ଏହି ଟ୍ୟାଙ୍କରଟି ଆସନ୍ତା ୨୧ରେ କର୍ଣ୍ଣାଟକର ମାଙ୍ଗାଲୋର ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି। ଆକ୍ବା ଟାଇଟାନ ନାମକ ଏହି ଟ୍ୟାଙ୍କରଟି ଜାନୁଆରୀ ଶେଷଭାଗରେ ବଲଟିକ୍‌ ସାଗର ଉପକୂଳସ୍ଥ ଏକ ବନ୍ଦରରୁ ଯାତ୍ରାରମ୍ଭ କରିଥିଲା।

    ଏହା ଚୀନ୍‌ର ରିଜ୍‌ହାଓ ବନ୍ଦରରେ ତୈଳ ଅନଲୋଡ କରିବା କଥା। ତେବେ ଭାରତ ରୁଷ୍‌ରୁ ତେଲ କିଣିପାରିବ ବୋଲି ଆମେରିକା ସବୁଜ ସଙ୍କେତ ଦେବା ପରେ ଟ୍ୟାଙ୍କରଟି ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ଯାତ୍ରା କରୁଛି। ସୂଚନାଯୋଗ୍ୟ ଚୀନ୍‌କୁ ଯାଉଥିବା ରୁଷ୍‌ର ସାତଟି ତୈଳ ଟ୍ୟାଙ୍କର ଦିଗ ପରିବର୍ତ୍ତନ କରି ବର୍ତ୍ତମାନ ଭାରତମୁହାଁ ହୋଇଛି। ତେବେ ଚୀନ୍‌କୁ ଯାଉଥିବା ତୈଳ କାହିଁକି ଭାରତକୁ ଯୋଗାଣ କରାଯାଉଛି, ସେ ସମ୍ପର୍କରେ ରୁଷ୍‌ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ