Friday, October 2, 2026
28.6 C
Odisha

    ଚେନ୍ନଇ ବିମାନ ବନ୍ଦରରେ ଜରୁରୀ ପ୍ରସ୍ଥାନ ଦେଇ ଡେଇଁଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ଚେନ୍ନାଇ :  ଚେନ୍ନାଇ ବିମାନ ବନ୍ଦରରେ ଗତକାଲି ଏକ ଅସ୍ବାଭାବିକ ଘଟଣା ଦେଖିବାକୁ ମିଳିଛି। ସାରଜାରୁ ଆସିଥିବା ଏକ ବିମାନ ଚେନ୍ନଇ ବିମାନ ବନ୍ଦରରେ ଅବତରଣ କରିବାର କିଛି ସମୟ ମଧ୍ୟରେ ଜଣେ ଯାତ୍ରୀ ଜରୁରୀ ପ୍ରସ୍ଥାନ ଦ୍ବାର ଦେଇ ତଳକୁ ଡେଇଁପଡିଥିଲେ। ଏହା ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କୁ ଭୟଭୀତ କରିଥିବାବେଳେ ବିମାନ ବନ୍ଦରରେ ମୁତୟନ ସୁରକ୍ଷା ଅଧିକାରୀଙ୍କୁ ବିସ୍ମିତ କରିଛି। ତେବେ ଯାତ୍ରୀଙ୍କ ଏଭଳି କାର୍ଯ୍ୟରେ ଅନ୍ୟ କୌଣସି ଯାତ୍ରୀ ମୃତାହତ ହୋଇନଥିବାବେଳେ ବିମାନଟି ମଧ୍ୟ କ୍ଷତିଗ୍ରସ୍ତ ହୋଇନଥିବା କୁହାଯାଇଛି।
    ସୂଚନାଯୋଗ୍ୟ ସାରଜାରୁ ଆସିଥିବା ଆରବ ଏୟାରଲାଇନ୍ସର ଏହି ବିମାନଟି ରନୱେରେ ଅବତରଣ କରିବା ପରେ ଧୀରେ ଧୀରେ ଟ୍ୟାକ୍ସିୱେ ଆଡକୁ ଅଗ୍ରସର ହେଉଥିଲା। ଏହି ସମୟରେ ଜଣେ ଯାତ୍ରୀ ହଠାତ୍‌ ବିମାନର ଜରୁରୀ ପ୍ରସ୍ଥାନ ଦ୍ବାର ଖୋଲି ତଳକୁ ଡେଇଁପଡିଥିଲେ। ଏହା ଜାଣିପାରି ପାଇଲଟ ତୁରନ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚିତ କରିଥିଲେ। ସିଆଇଏସଏଫ ଯବାନମାନେ ସେଠାରେ ପହଞ୍ଚି ଉକ୍ତ ଯାତ୍ରୀଙ୍କୁ ଗିରଫ କରିବା ସହ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଥିଲେ। ମୁଖ୍ୟ ରନୱେକୁ ପ୍ରାୟ ଏକ ଘଣ୍ଟା ବନ୍ଦ ରଖାଯାଇଥିବାବେଳେ ଅନ୍ୟ ରନ୍‌ୱେରେ ଉଡାଣ ଓ ଅବତରଣ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ଯାତ୍ରୀ ଜଣକ ତାମିଲନାଡୁ ବାସିନ୍ଦା ହୋଇଥିବାବେଳେ ବିମାନରେ ଦୁଇଥର ବାନ୍ତି କରିଥିଲେ ବୋଲି ସହଯାତ୍ରୀ କହିଛନ୍ତି। ସମ୍ଭବତଃ ସ୍ବାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବା ଆଶଙ୍କାରେ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ