Friday, October 2, 2026
28.6 C
Odisha

    ୧୩ରେ ବିଶାଖାପାଟଣାରେ ପହଞ୍ଚିବ ‘ସର୍ବ ଶକ୍ତି’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତ ଅଭିମୁଖେ ଆସୁଥିବା ବିଶାଳ ଏଲପିଜି ଟ୍ୟାଙ୍କର ‘ସର୍ବ ଶକ୍ତି’ ମେ’ ୧୩ ତାରିଖରେ ବିଶାଖାପାଟଣା ବନ୍ଦରରେ ପହଞ୍ଚିବ। ଦି ମାର୍ଶଲ ଆଇଲାଣ୍ଡ୍ ପତାକାଧାରୀ ଏହି ଜାହାଜଟି ପ୍ରାୟ ୪୫,୦୦୦ ଟନ୍ ରନ୍ଧନ ଗ୍ୟାସ୍ ନେଇ ଭାରତ ଅଭିମୁଖେ ଆସୁଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମୁଦ୍ରିକ ଅବରୋଧ ମଧ୍ୟରେ ‘ସର୍ବ ଶକ୍ତି’ ପ୍ରଥମ ଭାରତୀୟ ଏଲପିଜି ଟ୍ୟାଙ୍କର ମେ’ ୨ ତାରିଖରେ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଓମାନ ସାଗରରେ ପ୍ରବେଶ କରିଛି। ଏହି ଜାହାଜରେ ଥିବା ୨୦ ଜଣ ନାବିକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତରେ ତୈଳ ଓ ଗ୍ୟାସ୍ ଯୋଗାଣରେ ବାଧା ସୃଷ୍ଟି ହୋଇଥିବା ବେଳେ ଏହି ଜାହାଜର ଆଗମନ ଦେଶର ଶକ୍ତି ସଙ୍କଟକୁ କିଛି ପରିମାଣରେ ଦୂର କରିବାରେ ସାହାଯ୍ୟ କରିବ। ଏହା ଭାରତର କୂଟନୈତିକ ସଫଳତାକୁ ସୂଚିତ କରୁଛି। ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଆମେରିକା ଓ ଇରାନ ଉଭୟଙ୍କ ସହ ଆଲୋଚନା କରି ଭାରତ ନିଜର ଶକ୍ତି ସମ୍ପଦକୁ ସୁରକ୍ଷିତ ଭାବେ ଦେଶକୁ ଆଣିବାରେ ସଫଳ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ