Sunday, June 8, 2025
27 C
Odisha

    ଛତିଶଗଡ଼ ନୂଆ ରାଜ୍ୟପାଳ ରମେନ ଡେକାଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗତକାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ସମେତ ଛତିଶଗଡ଼ର ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ରମେନ ଡେକାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।   ରାଜସ୍ଥାନ ରାଜ୍ୟପାଳ ହେଲେ ହରିଭାଓ କିଷନରାଓ ବାଗଡେ । ଜିଷ୍ଣୁଦେବ ବର୍ମା ତେଲେଙ୍ଗାନା ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ।ସେହିପରି ଓମ୍ ପ୍ରକାଶ ମାଥୁର ସିକ୍କିମ୍ ରାଜ୍ୟପାଳ, ଲକ୍ଷ୍ମଣ ପ୍ରସାଦା ଆଚାର୍ଯ୍ୟ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେ ମଣିପୁରର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ସନ୍ତୋଷ ଗଙ୍ଗୱାର ଝାଡ଼ଖଣ୍ଡ ରାଜ୍ୟପାଳ, ସିଏଚ୍ ବିଜୟଶଙ୍କର ମେଘାଳୟର ନୂଆ ରାଜ୍ୟପାଳ, ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସିପି ରାଧାକୃଷ୍ଣନ ମହାରାଷ୍ଟ୍ର ରାଜ୍ୟପାଳ ଓ ଗୁଲାବ ଚାନ୍ଦ କଟାରିଆ ପଞ୍ଜାବର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    57 %
    2kmh
    8 %
    Sat
    27 °
    Sun
    38 °
    Mon
    43 °
    Tue
    41 °
    Wed
    39 °

    ସମ୍ବନ୍ଧିତ