Saturday, July 12, 2025
26.6 C
Odisha

    ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ : ଏଚଓଡି ଓ ପ୍ରିନ୍ସିପାଲ ସସପେଣ୍ଡ ପରେ ଗିରଫ, ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : AIIMS ରେ ଛାତ୍ରୀଙ୍କୁ ଭେଟି ଫେରିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବର୍ତ୍ତମାନ ଛାତ୍ରୀଙ୍କୁ ଟ୍ରମା କେୟାର ୟୁନିଟରୁ ବର୍ଣ୍ଣ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି । AIIMS ରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ସମସ୍ତ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ପୀଡିତା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

    ଉଚ୍ଚଶିକ୍ଷା ମନ୍ତ୍ରୀ ପହଞ୍ଚି ପୀଡିତାଙ୍କୁ ଭେଟିବାକୁ ଯିବାବେଳେ କହିଛନ୍ତି ଅଭିଯୁକ୍ତଙ୍କ ଉପରେ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏ ଏକ ଦୁର୍ଭାଗ୍ୟଜନକ ଘଟଣା । ରାଜ୍ୟ ସରକାର ଘଟଣାକୁ ସମ୍ବେଦନଶୀଳତାର ସହ ଗ୍ରହଣ କରିଛନ୍ତି । Hod ଓ ପ୍ରିନ୍ସିପାଲ ଉଭୟଙ୍କୁ ସସପେଣ୍ଡ କରାଯାଇଛି । ଅଧ୍ୟାପକଙ୍କୁ ଗିରଫ କରାଯାଇଛି । ସେକ୍ରେଟାରୀ ସ୍ତରର ଜଣେ ଉଚ୍ଚସ୍ତରୀୟ ମହିଳା ଅଧିକାରୀ, ଜଣେ ସିନିୟର ଏକାଡେମିସିଆନ, ଅନ୍ୟ ଏକ କଲେଜର ବରିଷ୍ଠ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ ହେଉଛି ।

    ଯେଉଁଭଳି ଘଟଣା ଜଣାପଡୁଛି ଏ କଥାରେ ଆମେ କଠୋରରୁ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଚିନ୍ତା କରୁଚୁ । ଯେମିତି ଆଗକୁ ଏଭଳି ଘଟଣା ଘଟିବ ନାହିଁ । ପ୍ରିନ୍ସିପାଲ ଅଫିସରୁ ଆସିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଜଣାପଡ଼ିଛି । ତେବେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଯେଉଁ ସମୟରୁ ଝିଅଟି ଅଭିଯୋଗ କରିଛି ସେସବୁ ଦିଗକୁ ଧ୍ୟାନ ଦିଆଯାଇଛି । aiims ସହ ଆଲୋଚନା କରିବି ତ୍ୱରିତ ଚିକିତ୍ସା ପାଇଁ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.6 ° C
    26.6 °
    26.6 °
    81 %
    1.7kmh
    74 %
    Sat
    27 °
    Sun
    32 °
    Mon
    26 °
    Tue
    31 °
    Wed
    33 °

    ସମ୍ବନ୍ଧିତ