Monday, March 2, 2026
31.1 C
Odisha

    ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ । ବିପୁଳ ମାରଣାସ୍ତ୍ର ଓ ପିସ୍ତଲ ଜବତ। ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ । ସେମାନଙ୍କ ଠାରୁ ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ଚଢ଼ାଉ ବେଳେ ପୋଲିସ ବାଂଲାଦେଶୀଙ୍କ ଧସ୍ତାଧସ୍ତି ହୋଇଥିଲେ । ୧୦ ରୁ ଅଧିକ ବାଂଲାଦେଶୀ ଘଟଣା ସ୍ଥଳରୁ ଫେରାର ମାରିଥିବା ପୋଲିସ କହିଛି । ଚଢଉ ବେଳେ ବି ପୋଲିସକୁ ଆକ୍ରମଣ କରାଯାଇଛି। ଏଥିରେ ଜଣେ ମହିଳା କନେଷ୍ଟବଳ ଆହତ ହୋଇଛନ୍ତି ।

    ସେଠାରେ ସନ୍ଦିଗ୍ଧ ବାଂଲାଦେଶୀମାନେ ଆଡ୍ଡା ଜମାଇଥିବା ଖବର ପାଇ ପୋଲିସ ଟିମ୍ ଅତର୍କିତ ଚଢଉ କରିଥିଲା । ତେବେ ପୋଲିସକୁ ଆକ୍ରମଣ କରି ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଫେରାର ହୋଇଯାଇଥିଲା । ତେବେ ପୋଲିସ ଦୁଇ ଜଣ ସନ୍ଦିଗ୍ଧ ବାଂଲାଦେଶୀ ମହିଳାଙ୍କୁ କାବୁ କରିଛି । ଭଡା ଘରେ ୩୦ରୁ ଅଧିକ ବାଂଲାଦେଶୀ ରହୁଥିବା ସୂଚନା ମିଳିଛି । ଏବେ ପ୍ରଶ୍ନ ଉଠୁଛି ଏତେ ବାଂଲାଦେଶୀ କରୁଥିଲେ କଣ । ବନ୍ଧୁକ ଜବତ ପରେ ବଢିଛି ସସପେନ୍ସ । ପୋଲିସ ଘଟଣାସ୍ଥଳରେ ତନାଘନା ଚଳାଇଥିବା ବେଳେ ୨ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.1 ° C
    31.1 °
    31.1 °
    25 %
    2.3kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ