Friday, October 18, 2024
30.6 C
Odisha

    ଜଗନ୍ନାଥ ମନ୍ଦିରରେ ପୂଜା ପାଉଛନ୍ତି ଗାନ୍ଧିଜୀ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ଦେଶ ସ୍ୱାଧୀନତାରେ ତାଙ୍କ ଅବଦାନ ଓ ଅହିଂସା ପରମଧର୍ମ ମନ୍ତ୍ରକୁ ଆଜି ବି ଯୁବପିଢି ଅନୁସରଣ କରନ୍ତି । ତାଙ୍କୁ ପୂଜ୍ୟପୂଜା ଭାବେ ଗ୍ରହଣ କରନ୍ତି । ଏହିକ୍ରମରେ ଦେଶର ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ପ୍ରତିକୃତି ଦେଖିବାକୁ ମିଳେ । ରେଶମ ସହରରେ ବି ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ହୋଇଛି । ହେଲେ ସହରର ଏକ ମନ୍ଦିରରେ ୧୯୬୦ ମସିହାଠାରୁ ଗାନ୍ଧିଜୀ ପୂଜା ପାଉଛନ୍ତି । ଏହା ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗିବେ ବି ନିରାଟ ସତ୍ୟ । ରେଶମ ସହରରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଦେବାଦେବୀଙ୍କ ସମେତ ପୂଜା ପାଉଛନ୍ତି ଜାତିର ପିତା । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଉତ୍ତରେଶ୍ୱର ମନ୍ଦିର ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପୂଜା ପାଇ ଆସୁଛନ୍ତି । ଏଠାରେ ପ୍ରତ୍ୟେକ ଦିନ ଘଣ୍ଟଘଣ୍ଟା ବାଦ୍ୟ ବାଜଣାରେ ଗାନ୍ଧିଜୀଙ୍କ ସୁମରଣା କରାଯାଉଛି । ଏହା ଏବେକା କଥା ନୁହେଁ ବରଂ ୧୯୬୦ମସିହାରୁ ଏଠାରେ ପୂଜା ହୋଇ ଆସୁଛି । ପ୍ରତିଦିନ ଆଳତି, ସନ୍ଧ୍ୟା ଆଳତି ଅନ୍ନଭୋଗ ଆଦି ପାଶ୍ୱର୍ ଦେବାଦେବୀଙ୍କ ଭଳି ଗାନ୍ଧିଜୀଙ୍କ ମଧ୍ୟ କରାଯାଉଛି । ଗାନ୍ଧିଜୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ବାର୍ଷିକୀରେ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଦେଶ ଓ ଜାତି ପାଇଁ ଗାନ୍ଧିଜୀଙ୍କ ଅବଦାନକୁ ସବୁବେଳେ ମନେ ପକାଇବା ପାଇଁ ଏଠାରେ ତାଙ୍କୁ ସ୍ଥାନିତ କରାଯାଉଥିବା ବେଳେ ପାଶ୍ୱର୍ ଦେବତା ଭାବେ ଗ୍ରହଣ କରାଯାଉଥିବା ଜଣାପଡ଼ିଛି । ଗୋଷାଣୀ ନୂଆଗାଁ ଜଗନ୍ନାଥ ମନ୍ଦିରରେ ବିମଳା, ହନୁମାନ, ନବଗ୍ରହ, ପଞ୍ଚ ଦେବତା ଓ ଭାଗବତ ଗାଦୀ ପାଶ୍ୱର୍ ଦେବତା ଭାବେ ପୂଜା ପାଉଛନ୍ତି । ଭାଗବତ ଗାଦୀରେ ଶ୍ରୀରାମଙ୍କ ସମେତ ଗାନ୍ଧିଜୀଙ୍କୁ ନିତ୍ୟ ପୂଜାର୍ଚ୍ଚନା କରାଯାଉଛି । ବିଭିନ୍ନ ସମୟରେ ସହରର ବହୁ ଲୋକ ଏଠାକୁ ଯାଇ ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଦେଶପ୍ରେମ ଓ ଦେଶ ମାତୃକାର ସେବା ଲାଗି ନିଜ ଜୀବନକୁ ସପର୍ମି ଦେଇଥିବା ଗାନ୍ଧିଜୀଙ୍କୁ ମନେ ପକଇବା ଲାଗି ଏ ପ୍ରୟାସ ଦୀର୍ଘବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ