Thursday, May 28, 2026
29.1 C
Odisha

    ଜଗା ଦର୍ଶନ ସାରି ଘରକୁ ଫେରୁଥିଲେ ପରିବାର ଲୋକ, ଅଧାବାଟରେ ଜଣେ ମୃତ ଓ ୮ ଆହତ

    ଆଗକୁ ପଢନ୍ତୁ

    ଭଦ୍ରକ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ବେଳେ ହେଲା ଗାଡ଼ି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଜଣେ ମୃତ, ୮ ଜଣ ଗୁରୁତ୍ୱର ହୋଇଛନ୍ତି ।  ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏମିତି ଦୁଖଦଃ ଘଟଣା ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି ।

    ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଅଞ୍ଚଳର ଅମରନାଥ ପାଢ଼ୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟମାନେ ପୁରୀ ଯାଇଥିଲେ। ପୁରୀରେ ଜାଗା ଦର୍ଶନ ସାରି ଫେରୁଥିବା ବେଳେ ବଲେରୋ ଡ୍ରାଇଭରଙ୍କର ଆଖିରେ ନିଦ ଲାଗି ଯିବାରୁ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛକୁ ଧକ୍କା ମାରିଥିଲେ । ଫଳରେ ଗାଡ଼ିର ଆଗରେ ବସିଥିବା ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ସଦସ୍ୟମାନେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦମକଳ ବାହିନୀ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    49 %
    2.4kmh
    1 %
    Thu
    29 °
    Fri
    45 °
    Sat
    42 °
    Sun
    40 °
    Mon
    40 °

    ସମ୍ବନ୍ଧିତ