Monday, September 28, 2026
23.1 C
Odisha

    ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ଵୟ ବୈଠକ, ସୁପରିଚାଳନା ପାଇଁ ହେବ ଆଲୋଚନା

    ଆଗକୁ ପଢନ୍ତୁ

    ପୁରୀ : ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ଵୟ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ପୁରୀ ଟାଉନ ହଲରେ ହେଉଥିବା ଏହି ବୈଠକର ଫୋକସ୍ ହେଉଛି ଆଗାମୀ ରଥଯାତ୍ରାର ସୁପରିଚାଳନା। ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଠାରୁ ଆରମ୍ଭ କରି ପାନୀୟଜଳ, ବିଦ୍ୟୁଇ,ପରିମଳ,ଗମାନଗମନ,ରଥକାଠ ଯୋଗାଣ,ରଥନିର୍ମାଣ, ପରିଵହନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଟ୍ରାଫିକ ସୁପରଚାଳନା,ରେଳବାଇର ବ୍ୟବସ୍ଥା ଏବଂ ବିଶେଷକରି ଗତବର୍ଷ ଦଳାଚକଟାରେ ମୃତ୍ୟୁ ଭଳି କିଭଳି ଚଳିତବର୍ଷ ଏହାର ପୁନାରବୃତି ନହେବ ସେନେଇ ବୈଠକରେ ଆଲୋଚନା ହେବ।

    ରଥଯାତ୍ରା ସହ ଜଡିତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ RDC ବା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସାମ୍ନାରେ ନିଜନିଜ କାର୍ଯ୍ୟର ଅଗ୍ରଗତିକୁ ଉପସ୍ଥାପନା କରିବେ। ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ