Sunday, March 15, 2026
35.6 C
Odisha

    ଜନଜାତିଙ୍କୁ ବଦନାମ କରୁଛି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ, PCI ର ଜର୍ଣ୍ଣାଲିଷ୍ଟିକ୍‍ କଣ୍ଡକ୍ଟକୁ ସମ୍ପୂର୍ଣ୍ଣ ଦଳିମକଚି ଦେଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରେସ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ସମସ୍ତ ନର୍ମସ ଅଫ୍‍ ଜର୍ଣ୍ଣାଲିଷ୍ଟିକ୍‍ କଣ୍ଡକ୍ଟକୁ ସମ୍ପୂର୍ଣ୍ଣ ଦଳିମକଚି ଦେଇଛି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ।  କିସରେ ଗତକାଲି ଘଟିଥିବା ଏକ ଆତ୍ମହତ୍ୟା ଘଟଣାକୁ ବାରମ୍ବାର ପ୍ରସାରଣ କରି ଜନଜାତିଙ୍କୁ ବଦନାମ କରିବାରେ ଲାଗିଛି ଉକ୍ତ ଗଣମାଧ୍ୟମ ।  ଆତ୍ମହତ୍ୟା କରିଥିବା ପିଲାର ବାପାମାଆ ଦାଦନ ଖଟିବାକୁ ଯାଇଥିବା ବେଳେ ପିଲାଟି ବେଳୁ ଛାତ୍ରଟିର ସମସ୍ତ ଦାୟିତ୍ୱ କିସ୍‍ ବହନ କରିଆସିଛି ।  ବ୍ୟକ୍ତିଗତ କାରଣରୁ ପିଲାଟି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

    ଏବେ +୨ ପରୀକ୍ଷା ଚାଲୁଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏହି ଖବର ପ୍ରସାରଣ କରି ବାକି ଜନଜାତି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଚାଲିଥିବା ଅଭିଯୋଗ ଆସୁଛି ।  କେବଳ ସେତିକି ନୁହେଁ ସାରାରାତି କିସ୍‍ ଫାଟକ ସମ୍ମୁଖରେ ରିପୋର୍ଟର ଜଗେଇ କିସ୍‍ ପିଲାଙ୍କଠାରୁ ବାଇଟ୍‍ ନେବା ପାଇଁ ଉଦ୍ୟମ କରୁଛି ।  ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣ କରି କିସ୍‍କୁ ନୁହେଁ ବରଂ ସମଗ୍ର ଜନଜାତି ବର୍ଗକୁ ବଦନାମ କରିବାରେ ଲାଗିଛି ।  ବର୍ଷ ବର୍ଷ ଧରି ଉକ୍ତ ଗଣମାଧ୍ୟମ ଜନଜାତି ବର୍ଗକୁ ଏଭଳି ବଦନାମ କରିଚାଲିଛି ।

    ସେପଟେ ପୁଅ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି ମୃତ ଛାତ୍ରଙ୍କ ବାପା ବନମାଳୀ ଶବର ।  କିସରେ ପାଠୁପଢୁଥିବା ଛାତ୍ର ଚନ୍ଦନ ଶବର ଆତ୍ମହତ୍ୟା କରିଛନ୍ତି ।  ଖବର ପାଇବା ପରେ ତାଙ୍କ ବାପା ବନମାଳୀ ଶବର ଆସି ପୁଅର ମୃତଦେହ ଦେଖିଛନ୍ତି ।  ଗତ ୧୧ବର୍ଷ ଧରି କିସରେ ପାଠ ପଢୁଥିଲେ ଚନ୍ଦନ ।  ୨୦୧୫ରୁ ଏଠାରେ ପାଠପଢୁଥିବା ବେଳେ କେବେ ପଢାପଢିରେ ଅସୁବିଧା ହୋଇନି ।  ଖାଇବା ପିନ୍ଧିବା ସବୁକିଛି କିସ କର୍ତ୍ତୃପକ୍ଷ ବୁଝାବୁଝି କରିଥାନ୍ତି ।  ମାସକୁ ଥରେ ଆସି ପୁଅକୁ ଦେଖିକି ଯାଆନ୍ତି ବୋଲି ବନମାଳୀ ଶବର ।  ପୁଅ ସୁଇସାଇଡ କରିଥିବା ନେଇ ତାଙ୍କ ସାର ପ୍ରଥମେ ଘରକୁ ଜଣାଇଥିଲେ ।  କିସ କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଖବର ଦେବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।  ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    0.1kmh
    6 %
    Sun
    38 °
    Mon
    36 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ