Friday, April 3, 2026
33.6 C
Odisha

    ଜନ୍ମ କଲା ଛୁଆଙ୍କୁ ଜଙ୍ଗଲରେ ଛାଡିଦେଲା ବାପା

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ: ଜନ୍ମ କଲା ଛୁଆଙ୍କୁ ଜଙ୍ଗଲରେ ଛାଡିଦେଲା ବାପା। ଆଉ ଜଣେ ବ୍ୟକ୍ତି ପିଲାଙ୍କୁ ଜଙ୍ଗଲରେ ଏକୁଟିଆ ଦେଖି ଘରକୁ ନେଇ ଆସିଲେ। ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ଚାଞ୍ଚଲ୍ୟ। ମୋରୋଡା ବ୍ଲକ ଅଧୀନ ଚିତ୍ରଡା ଡୁମୁରଡିହା ଗାଁର ଜଣେ ବ୍ୟକ୍ତି ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲା ବେଳେ ଦୁଇ ଶିଶୁଙ୍କୁ ଦେଖିଥିଲେ। ଜଙ୍ଗଲ ମଝି ଦେଇଯାଇଥିବା ସୁବର୍ଣ୍ଣରେଖା କେନାଲ ଉପରେ ବସିଥିଲେ ୩ ବର୍ଷର ପୁଅ ଏବଂ ଅଢେଇ ବର୍ଷର ଝିଅ। ଦୁଇ ଛୁଆକୁ ଉଦ୍ଧାର କରି ସେ ନିଜ ଘରକୁ ଆଣିଥିଲେ। ତେବେ ଚିତ୍ରଡାକୁ ଆସିଥିବା କିଛି ଲୋଧା ଜନଜାତିର ଲୋକେ ଦୁଇ ଛୁଆକୁ ଦେଖି ଚିହ୍ନି ପାରିଥିଲେ।ଏମାନେ ମୋରଡା ବ୍ଲକ ଅଧୀନ ଟିଆଁସୀ ଗ୍ରାମର ବାପି ମଲ୍ଲିକଙ୍କ ପୁଅ ଝିଅ ବୋଲି କହିଥିଲେ । ତେବେ ଭାଇ ଭଉଣୀଙ୍କୁ ନେବାକୁ ଜେଜେ ବାପା ଆସିଥିଲେ ମଧ୍ୟ ଏମାନେ ତାଙ୍କ ସହ ଯାଇ ନଥିଲେ। ଉଦ୍ଧାର ଦୁଇ ଶିଶୁଙ୍କୁ ସ୍ଥାନୀୟ ଅଙ୍ଗନବାଡି କର୍ମୀ ତାଙ୍କ ଘରକୁ ନେଇଥିଲେ। ଦୁଇ ଶିଶୁଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ଜନ୍ମକଲା ଶିଶୁଙ୍କୁ ଜଙ୍ଗଲରେ ଛାଡ଼ି ଦେଇଥିବା ବାପି ମଲ୍ଲିକର ଏମାନେ ପ୍ରଥମ ସ୍ତ୍ରୀଙ୍କ ପିଲା। ବାପିଙ୍କ ପ୍ରଥମ ସ୍ତ୍ରୀ ଦୁଇ ମାସ ତଳେ ଆତ୍ମହତ୍ୟା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ